ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୪୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ଦୁଇ ଦିନ ଧରି ଲଗାତର ଭାବେ ୨ ହଜାର ତଳେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଫଳରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୪୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୧୨୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୮୨୮ ।

ଖୋର୍ଦ୍ଧାରୁ ସର୍ବାଧିକ ୪୮୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭୯, ଯାଜପୁରରୁ ୧୧୫, ଜଗତସିଂହପୁରରୁ ୧୧୩ ଚିହ୍ନଟ , କେନ୍ଦ୍ରାପଡ଼ାରୁ ୧୧୨, ନୟାଗଡ଼ରୁ ୮୮, ଅନୁଗୋଳରୁ ୮୫ , ବାଲେଶ୍ୱରରୁ ୯୮, ମୟୂରଭଞ୍ଜରୁ ୬୬, ସୁନ୍ଦରଗଡ଼ରୁ ୪୭, ବରଗଡ଼ରୁ ୧୭, ବଳାଙ୍ଗିରରୁ ୭, ବୌଦ୍ଧରୁ ୪, , ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ହୋଇଛନ୍ତି ।

ସେହିପରି ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦୁଝରରୁ ୨୧, , କୋରାପୁଟରୁ ୭, ମାଲକାନଗିରିରୁ ୨୪, ନବରଙ୍ଗପୁରରୁ ୯, ନୂଆପଡ଼ାରୁ ୨, ପୁରୀରୁ ୮୩, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୨୫, ସୋନପୁରରୁ ୧୨, ଷ୍ଟେଟ ପୁଲ୍‌ରୁ ୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୯, ୬୧,୯୩୪ରେ ପହଞ୍ଚିଥିବା ବେଳେ ୯, ୩୬୯୫୦ ସୁସ୍ଥ ହୋଇ ସାରିଲେଣି। ଏହାବାଦ ରାଜ୍ୟରେ ଆକ୍ଟିଭ କେସ୍‌ ୧,୯୬୨୩ ରହିଛି।

Leave A Reply

Your email address will not be published.

ବ୍ରେକିଂ