ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୮୦୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୯୭ ଥିବାବେଳେ ଲୋକାଲ କେସ୍ ଅଛି ୧,୨୦୬ । ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୧୭, ଭଦ୍ରକରୁ ୧୩୧, ବଲାଙ୍ଗିରରୁ ୩, ବୌଦ୍ଧରୁ ୨୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୭, ଗଜପତିରୁ ୧୦, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୧୧୭, ଯାଜପୁରରୁ ୧୫୩, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝରରୁ ୬୪, କୋରାପୁଟରୁ ୬୫, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୧୯୩, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୧୧୫, ନୂଆପଡ଼ାରୁ ୮, ପୁରୀରୁ ୧୫୪, ରାୟଗଡ଼ାରୁ ୫୪, ସମ୍ବଲପୁରରୁ ୩୨, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୬୨ ଓ ଷ୍ଟେଟପୁଲରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୮ ଲକ୍ଷ ୯୦ ହଜାର ୭୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ୨୯ ହଜାର ୬୨୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave A Reply

Your email address will not be published.

ବ୍ରେକିଂ