ଓଡିଶାରୁ ଦିନକରେ ୮୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି ।  ଏହାର ପ୍ରଭାବ  ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଲାଣି।  ଗତକାଲି ଦୈନିକ ସଂକ୍ରମଣ ସଂଖ୍ୟା ୮୦୦ ପାଖାପାଖି ପହଞ୍ଚି ଥିବା ବେଳେ ଆଜି ଏହା ୯୦୦ ମୁହାଁ ହୋଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୯  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ କୁ ବୃଦ୍ଧି ପାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରୁ  ୫୧୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୩୬୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼  ଜିଲ୍ଲାରୁ ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନୁଗୋଳରୁ ୨୦ ଜଣ, ବାଲେଶ୍ୱରରୁ ୨୨, ବରଗଡ଼ରୁ ୫୩, ଭଦ୍ରକରୁ ୧୭, ବଲାଙ୍ଗିରରୁ ୨୬, ବୌଦ୍ଧରୁ ଜଣେ, କଟକରୁ ୫୦, ଦେବଗଡ଼ରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ୩୧, ଜଗତସିଂହପୁରରୁ ୨, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨୫, କୋରାପୁଟରୁ ୫, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୧୯, ନୟାଗଡ଼ରୁ ୬, ନୂଆପଡ଼ାରୁ ୬୧, ପୁରୀରୁ ୪୫, ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୪୮, ସୋନପୁରରୁ ୨ ଜଣ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ୩ ଲକ୍ଷ ୪୫ ହଜାର ୫୨୬ କରୋନା ସଂକ୍ରମିତଙ୍କ ମଧ୍ୟରୁ  ୩ଲକ୍ଷ ୩୮ହଜାର ୬୬୨  ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ରାଜ୍ୟରେ  ୪,୮୮୮  ଟି କରୋନା ଆକ୍ଟିଭ୍ କେସ୍ ରହିଛି । ଏବେ ସୁଦ୍ଧା ରାଜ୍ୟରେ ୯,୨,୭୫,୬୩୧ ସାମ୍ପୁଲ ଟେଷ୍ଟ୍ ହୋଇଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୨୩ରେ ପହଞ୍ଚିଛି।

Leave A Reply

Your email address will not be published.

ବ୍ରେକିଂ