ଟିକା ଆବଣ୍ଟନ ଅନୁପାତରେ ସଂଶୋଧନ ପାଇଁ କେନ୍ଦ୍ରକୁ ରାଜ୍ୟର ଚିଠି

ଭୁବନେଶ୍ଵର:  ଘରୋଇ ହସ୍ପିଟାଲରେ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପି.କେ ମହାପାତ୍ର କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ ସରକାରୀ-ଘରୋଇ ଟିକାକରଣ ଆବଣ୍ଟନ ଅନୁପାତ ୭୫:୨୫ ରହିଛି । ଏହାକୁ ସଂଶୋଧନ କରି ୯୫:୫ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପି.କେ ମହାପାତ୍ର ।

ତେବେ ଓଡିଶାରେ ଅଧିକ ଘରୋଇ ହସ୍ପିଟାଲ ନଥିବାରୁ ଟିକା ଆବଣ୍ଟନରେ ସଂଶୋଧନ କରିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ