ବିଦେଶ ଯାତ୍ରା ପାଇଁ ୪୮ଦିନ ପୂର୍ବରୁ ୨ୟ ଡୋଜ ମିଳିବ

ଭୁବନେଶ୍ୱର: ବିଦେଶ ଯାତ୍ରା ପାଇଁ ୨ୟ ଡୋଜ କୋଭିସିଲ୍ଡ ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। ବିଦେଶ ଯାତ୍ରା ପାଇଁ ୪୮ ଦିନ ପୂର୍ବରୁ ମିଳିବ ୨ୟ ଡୋଜ। ପ୍ରଥମ ଟିକାର ୨୮ ଦିନ ପରେ ଯେକୌଣସି ସମୟରେ ୨ୟ ଡୋଜ ଟିକା ନେଇ ପାରିବେ । ତେବେ କେବଳ ସରକାରୀ ଟିକାକେନ୍ଦ୍ରରେ ହିଁ ଦ୍ଵିତୀୟ ଡୋଜ ମିଳିବ।

ଯେଉଁମାନେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବିଦେଶ ଯାତ୍ରା କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏଥିରେ ପଢ଼ିବା ପାଇଁ ବିଦେଶ ଯାଉଥିବା ଛାତ୍ରଛାତ୍ରୀ, ଚାକିରୀ ପାଇଁ ବିଦେଶ ଯାଉଥିବା କର୍ମଚାରୀ, ଟୋକିଓ ଅଲମ୍ପିକ ଗେମ୍ସରେ ସାମିଲ ଖେଳାଳି ଏବଂ ସେମାନଙ୍କ ସହିତ ଥିବା ଷ୍ଟାଫ ଅଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ସମ୍ପର୍କରେ ସତ୍ୟାସତ୍ୟ ଅନୁଧ୍ୟାନ କରାଯିବ । ଏସମ୍ପର୍କିତ ସମସ୍ତ ତଥ୍ୟ କୋଓ୍ୱିନ ପୋର୍ଟାଲରେ ଅପଲୋଡ କରାଯିବ। ଟିକା ପ୍ରମାଣପତ୍ରରେ  ପାସପୋର୍ଟ କିମ୍ବା ଫଟୋ ଆଇ-କାର୍ଡର ବିବରଣୀ ରହିବ। 

ଛାତ୍ରଛାତ୍ରୀ, ଚାକିରିଆ ଓ କ୍ରୀଡାବିତଙ୍କ ପାଇଁ ଟିକା ନିୟମକୁ ପରିବର୍ତନ କରିଥିଲେ କେନ୍ଦ୍ର ସରକାର । ନୂଆ ନିୟମ ଅନୁସାରେ ୮୪ ଦିନ ପୂର୍ବରୁ ମଧ୍ୟ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେଇପାରିବେ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ କିମ୍ବା ଚାକାରିଆ । କିନ୍ତୁ ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ହିଁ ଦ୍ୱିତୀୟ ଡୋଜ୍ ନେବାକୁ କୁହାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଯୋଗଦେବାକୁ ଥିବା ଭାରତୀୟ ଖେଳାଳି ମଧ୍ୟ ୮୪ ଦିନ ପୂର୍ବରୁ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ନେଇପାରିବେ । କାରଣ ବିଦେଶ ଯିବା ପାଇଁ ଦୁଇଟି ଡୋଜ୍ କୋରନା ଟିକା ବାଧ୍ୟତାମୂଳକ ରହିଛି ।

 

Leave A Reply

Your email address will not be published.

ବ୍ରେକିଂ