ଓଡ଼ିଶାରେ ଜୁନିୟର ପୁରୁଷ ହକି ବିଶ୍ୱକପ୍-୨୦୨୧ର ଆୟୋଜନ ହେବ

ଭୁବନେଶ୍ୱର: ହକିପ୍ରେମୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରେ ପୁରୁଷ ଜୁନିଅର ହକି ବିଶ୍ୱକପ୍‌-୨୦୨୧ର ଆୟୋଜନ ହେବ। ଜୁନିଅର ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ପୁରୁଷ ଜୁନିଅର ବିଶ୍ୱକପ୍‌ ହକି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି। ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ ହେବ।

ଏହା ପୂର୍ବରୁ ମଧ୍ୟ ଓଡ଼ିଶାରେ ହକି ଜୁନିୟର ବିଶ୍ୱକପ୍ ଆୟୋଜନ ହେବା ନେଇ ସୂଚନା ମିଳିଥିଲା। କାରଣ ଆୟୋଜନ ପାଇଁ ପ୍ରଥମେ ଗୌହାଟୀ ଦୌଡ଼ରେ ଥିଲା। ଏହା ପରେ ଓଡ଼ିଶା ଓ ଲକ୍ଷ୍ନୌ ସାମିଲ୍‌ ହୋଇଥିଲା। ଏବେ ଓଡ଼ିଶା ଏହି ବିଶ୍ୱକପ୍ ଆୟୋଜନ ପାଇଁ ଦାୟିତ୍ୱ ପାଇଛି। ଏହା ପୂର୍ବରୁ ମଧ୍ୟ ଓଡ଼ିଶାରେ ସିନିୟର ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ କଳିଙ୍ଗ ଷ୍ଟାଡିୟମରେ ହୋଇସାରିଛି।

Leave A Reply

Your email address will not be published.

ବ୍ରେକିଂ