ଜୁଲାଇ ୨୬ରେ ରାଜ୍ୟରେ ଦଶମ-ଦ୍ୱାଦଶ ଶ୍ରେଣୀ ଖୋଲିବ

ଭୁବନେଶ୍ୱର: କରୋନା କଟକଣା ଭିତରେ ରାଜ୍ୟରେ ଖୋଲିବ ଦଶମ-ଦ୍ୱାଦଶ ଶ୍ରେଣୀ ସ୍କୁଲ । ଏନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ।

ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି। ଏହାସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାଥମିକ ଭିତ୍ତିରେ ଟିକାଦାନ ହେବ । ସେହିପରି ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ହେବ, ସେହି ସ୍କୁଲ ପରେ ଖୋଲିବ । ଅଭିଭାବକଙ୍କ ସହ ଆଲୋଚନା କରି ପିଲାମାନେ ସ୍କୁଲ ଆସିପାରିବେ ।

ସେପଟେ ଯଦି ପରିସ୍ଥିତି ଠିକ ରହିବ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଠ ପଢା ମଧ୍ୟ ଆରମ୍ଭ ହେବ । ଦଶମ ଓ ଦ୍ୱାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ଚାଲୁ ରହିବ।”

ସେହିପରି ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଳ ବିଶେଷରେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିବ। ଯଦି କେଉଁଠି କେସ ବଢ଼ିବ, ସେଠି ଜିଲ୍ଲାପାଳଙ୍କ ଅନୁସାରେ ସ୍କୁଲ ଖୋଲିବ। ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ।

ସେ ଆହୁରି ମଧ୍ୟ କହିଛନ୍ତି-“ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଓ ଦଶମ ପିଲାଙ୍କ ମୂଲ୍ୟାୟନ ହେବ। ନବମ ଓ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ। ବର୍ଷକରେ ୪ଟି ଫର୍ମେଟିଭ୍‌ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ। ସେପ୍ଟେମ୍ୱର ୨ୟ ସପ୍ତାହ ଓ ନଭେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା ହେବ। ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ହେବ ପରୀକ୍ଷା। ଆସେସମେଣ୍ଟ ପରୀକ୍ଷା ସରିଲେ ହେବ ଫାଇନାଲ ପରୀକ୍ଷା। ଯଦି ପୁଣି କୋଭିଡ୍‌ ନେଇ ପରୀକ୍ଷା କରି ନହୁଏ, ସେହି ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା କରାଯିବ ।

Leave A Reply

Your email address will not be published.

ବ୍ରେକିଂ