ଆସୁଛି ଆଉ ଏକ ଲଘୁଚାପ, ୨୯ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବଙ୍ଗୋପସାଗର ପୂର୍ବମଧ୍ୟ ବାଂଲାଦେଶ-ମିଆଁମାର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ଦାନା ବାନ୍ଧୁଛି। ଏହି ଘୂର୍ଣ୍ଣିବଳୟ ସକ୍ରିୟ ହୋଇସାରିଥିବା ବେଳେ ଏହା ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହାର ପ୍ରଭାବରେ ଆଜି, ଆସନ୍ତାକାଲି ଓ ୩୦ ତାରିଖରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବ। ୨୯ ଓ ୩୦ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.

ବ୍ରେକିଂ