ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ ହେବ ନାହିଁ: ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ ହେବ ନାହିଁ । ବର୍ତ୍ତମାନ ଅନଲକ୍ ପରିସ୍ଥିତି ସୃଷ୍ଟି ହୋଇନାହିଁ । ତେଣୁ ପୂର୍ବପରି କଟକଣା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଆସନ୍ତାକାଲି  ଏନେଇ ସବିଶେଷ ଆଲୋଚନା କରାଯିବ ଏବଂ କମିଟି ନିଷ୍ପତି ନେବ ବୋଲି ସେ କହିଛନ୍ତି ।

ସିବିକେ ମହାନ୍ତି କହିଛନ୍ତି ଯେ, କଟକ ଭୁବନେଶ୍ଵରରେ କୋରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ପଜେଟିଭ ସଂଖ୍ୟା୫୦୦ ଉପରେ ରହୁଥିଲା, ଏବେ ୪୦୦ରେ ରହୁଛି । ଆମେ ବର୍ତ୍ତମାନ ଅନଲକ ଟ୍ରାକରେ ଅଛୁ । କେସ ଲୋଡ଼ କମିଛି । ମଲ ଖୋଲିବାକୁ ଅନୁମତି ଦେବା ପୂର୍ବରୁ ଡବଲ ଡୋଜ ଟିକା ନେଇଥିବା ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ଏବଂ ମଲ ଭିତରେ ଥିବା ଫୁଡ଼ କୋର୍ଟକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉ ।ଫୁଡ଼ କୋର୍ଟ ଖୋଲିଲେ ଲୋକେ ମୁହଁରୁ ମାସ୍କ କାଢି ଖାଇବେ ଏହା ଦ୍ୱାରା ପୁଣି ସଂକ୍ରମଣ ବଢ଼ିବ । ନାଇଟ କର୍ଫ୍ୟୁ ବଳବତ୍ତର ରହିବା ଦରକାର ।

ଦୋକାନ ବଜାର ୫ ଟା ପର୍ଯ୍ୟନ୍ତ ଖୋଲିବା ଅନୁମତି ବଳବତ୍ତର ରହୁ । ଜୀବନ ଜୀବିକା ଦୃଷ୍ଟିରୁ ସପ୍ତାହନ୍ତ ସଟଡ଼ାଉନକୁ ଉଠାଇ ଦିଆଯାଉ । କଟକ ଭୁବନେଶ୍ୱର ପାଇଁ ସରକାରଙ୍କୁ ୩/୪ ଟି ଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଏବେ ଯେହେତୁ ଜଣକୁ ହେଲେ ପରିବାର ସମସ୍ତ ଲୋକ ଆକ୍ରାନ୍ତ ହେଉଛନ୍ତି ସେହି ଦୃଷ୍ଟିରୁ ସେ ଘରକୁ କଣ୍ଟେନମେଣ୍ଟ କରାଯାଉ । ସରକାରଙ୍କ ପକ୍ଷରୁ ତାଙ୍କୁ ୧୪ ଦିନ ଘରେ ରଖାଯାଉ ଓ ସମସ୍ତ ସେବା ଯୋଗାଇ ଦିଆଯାଉ । ଯାହାଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା କମ ହେବ ବୋଲି ସିବିକେ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ