ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ଅଲମ୍ପିକ ଟିକେଟ୍

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର । ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଲା ଅଲମ୍ପିକ ଟିକେଟ୍‌।  ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ୧୦୦ ଓ ୨୦୦ ମିଟର ବର୍ଗରେ ଦୂତୀ ସିଲେକ୍ଟ ହୋଇଥିବା ସୂଚନା ମିଳିଛି।

ଅଲମ୍ପିକ ଯୋଗ୍ୟତାକୁ ନେଇ ଦୂତୀ ପ୍ରତିକ୍ରିୟା ରଖିଛନ୍ତି। ୱାଲଡ୍ ରାଙ୍କ ହିସାବରେ ଯୋଗ୍ୟତା ଅର୍ଜନ ‌ଆଶା ଥିଲା। ଗତକାଲି ରାଙ୍କ ପ୍ରକାଶ ପାଇଛି। ୧୦୦ରେ ୪୦, ୨୦୦ରେ ୫୦ ଅଛି। ଏଥିସହ ଟୋକିଓ ଅଲିମ୍ପିକ ପାଇଁ ୪ ମାସ ହେଲା ଅଭ୍ୟାସ ଜାରି ରଖିଛି । ନିଶ୍ଚିତ ଭାବରେ ଭଲ ହେବ ବୋଲି ଆଶା କରୁଛି କହିଲେ ଦୂତୀ।

ଦୂତୀ ୨୦୧୮ରେ ଏସିଆନ୍ ଗେମ୍ସରେ ଡବଲ୍ ରୌପ୍ୟ (୧୦୦ ଓ ୨୦୦ ମିଟର) ପଦକ ଜିତିଛନ୍ତି । ସେ ଏସିଆନ୍ସ ଚାମ୍ପିୟନଶିପରେ ୪ଟି ବ୍ରୋଞ୍ଜ, ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଦୁଇଟି ପଦକ (୧୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଜ) ଜିତିଥିଲେ। ଦୂତୀ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ହେଁ, ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ

ତେବେ ନିକଟରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଅଗ୍ରଣୀ ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରାଯାଇଛି । ରାଜ୍ୟ ସରକାର ଆଜି ଦୂତୀ ନାଁ ଏହି ବଡ଼ ସମ୍ମାନ ପାଇଁ ସୁପାରିସ୍ କରିଛନ୍ତି। ସୂଚନା ଅନୁସାରେ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ