ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ:  ଗଜରାଜ ଉଦ୍ଧାରକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍ ଓଲଟି ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଏସ୍‌ସିବି ଜରୁରୀକାଳୀନ ଅଧିକାରୀଙ୍କ ଡାକ୍ତର ଭୁବନା ନନ୍ଦ ମହାରଣା ସୂଚନା ଦେଇଛନ୍ତି। କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଡାକ୍ତର ଘୋଷଣା କରିଛନ୍ତି।

ମଙ୍ଗୁଳି ବ୍ୟାରେଜରେ ଫଶିଥିବା ହାତୀକୁ ଉଦ୍ଧାର କରିବାକୁ ବ୍ୟାରେଜ ଭିତରକୁ ଯାଇଥିଲା ଓଡ୍ରାଫର ୫ଜଣିଆ ଟିମର ପମ୍ପ ବୋଟ । ଏଥିରେ ଯାଇଥିଲେ ଓଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ୍ ଦାସ ଓ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା । ହାତୀକୁ ପଛଆଡୁ ଘଉଡାଇବାକୁ ଚେଷ୍ଟା କରିବାକୁ ଯାଉଥିବା ବେଳେ ବ୍ୟାରେଜର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଓଡ୍ରାଫ ବୋଟ୍ । ଫଳରେ ଉଦ୍ଧାରକାରୀ ଦଳ ସହ ଯାଇଥିବା କ୍ୟାମେରା ପର୍ସନଙ୍କ ସହ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ପାଣି ସୁଅରେ ପଡିଯାଇଥିଲେ । ପ୍ରଥମେ କ୍ୟାମରୋପର୍ସନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅରନ୍ଦମଙ୍କୁ ଉଦ୍ଧାର କରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା । ପାଣିର ସ୍ରୋତ ପ୍ରଖର ଥିବାବେଳେ ଏଥିରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡିଥିଲେ ଅରିନ୍ଦମ୍ । ତାଙ୍କୁ ତୁରନ୍ତ ଏସସିବି ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଓଟିଭି ଚିପ୍ ରିପୋର୍ଟ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ଓଟିଭିର କ୍ୟାମେରା ମ୍ୟାନଙ୍କ ଅବସ୍ଥା ଗୁରୁତର ରହିଛି। ୪ଜଣ ଓଡ୍ରାଫ ଟିମ୍ ସଦସ୍ୟଙ୍କ ଏସିସିବିରେ ଚିକିତ୍ସା ଚାଲିଥିବା ବେଳେ ଜଣେ ଓଡ୍ରାଫ କର୍ମଚାରୀଙ୍କ ବର୍ତ୍ତମାନ ସୁଦ୍ଧା ପର୍ତ୍ତା ମିଳିନାହିଁ।

Leave A Reply

Your email address will not be published.

ବ୍ରେକିଂ