ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର ବେଳେ ଅଘଟଣ, ଓଲଟିଲା ଓଡ୍ରାଫ୍ ବୋଟ୍

କଟକ: ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର ବେଳେ ଅଘଟଣ। ଓଲଟିଲା ଓଡ୍ରାଫ୍ ବୋଟ୍। ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ୍ ବୋଟ୍ ଓଲଟି ପଡିଛି । ହାତୀକୁ କୂଳକୁ ଘଉଡାଇବା ବେଳେ ପାଣି ସ୍ରୋତରେ ରବର ବୋଟ୍‌ଟି ଓଲଟି ପଡିଛି। ଓଡ୍ରାଫ୍ ଟିମ୍‌ରେ ଥିବା ୮ ଜଣ ସଦସ୍ୟ ପ୍ରଖର ପାଣି ସ୍ରୋତରେ ଭାସି ଯାଇଛନ୍ତି।

ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରେ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଓ କ୍ୟାମେରାମ୍ୟାନ ଥିବା କୁହାଯାଉଛି । ବୋଟରେ ଥିବା ୨ ଜଣ ଲାଇଫ ଜ୍ୟାକେଟ୍ ପିନ୍ଧି ନଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ ଜାରି ରହିଛି ।

ଦନ୍ତା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଅପରେସନ୍ ଗଜରାଜ ଚାଲିଛି । ପାଣି ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗିଛନ୍ତି ବନ ବିଭାଗର ୨୫ ଜଣ କର୍ମଚାରୀ । ସେହିପରି ଆଠଗଡ଼ ପୋଲିସର ୧ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ