ଓଏମସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ସହୟତା

ଭୁବନେଶ୍ୱର: ଓଡିଶା ଖଣି ନିଗମ ଆଜି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି। ଏହା ବ୍ୟତୀତ ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଏବଂ ଓଡିଶା କାଜୁ ବିକାଶ ନିଗମ ଆଜି ରାଜ୍ୟ ସରକାରଙ୍କୁ ୩.୭୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ । ମହାମାରୀ ସମୟରେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ତିନୋଟି ନିଗମକୁ ଧନ୍ୟବାଦ ଜଣାଇଛନ୍ତି।

ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ୨୦୧୭-୧୮ ବର୍ଷ ପାଇଁ ୩୦% ନିଟ୍ ଲାଭର ୩,୨୯,୭୬,୩୬୨ ଟଙ୍କା ପ୍ରଦାନ କରିଥିବାବେଳେ କାଜୁ ଡେଭଲପମେଣ୍ଟ କର୍ପୋରେସନ୍ ୨୦୧୮ ବର୍ଷ ପାଇଁ ୩୦% ନିଟ୍ ଲାଭର ୪୬,୫୧,୨୦୦ ଟଙ୍କା ଡିଭିଡେଣ୍ଡ ପ୍ରଦାନ କରିଛି । OAIC ଚେୟାରମ୍ୟାନ୍ ଦେବଶିଷ ମହାନ୍ତି ଏବଂ ଓଏସଡିସିସି ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି ନିଜ ନିଜ ନିଗମ ପାଇଁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି।

୧୯୬୨ ମସିହାରେ ରାଜ୍ୟରେ ପ୍ରତିଷ୍ଠିତ OAIC ୨୦୧୫-୧୬ ମସିହାରୁ ଲାଭ କରିଆସୁଛି । ଏହା ରାଜ୍ୟରେ ଚାଷ ଯାନ୍ତ୍ରିକରଣ ମାଧ୍ୟମରେ କୃଷକଙ୍କ ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଛି । ସେହିପରି ୧୯୭୯ ରେ ପ୍ରତିଷ୍ଠିତ OSCDC ୧୯୯୫-୯୬ ଲାଭ କରୁଛି ।

ଓଏମସି ପାଇଁ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ୫୦୦ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଓଏମସିର କାର୍ଯ୍ୟକଳାପ ଉପରେ ସୂଚନା ଦେଇ ସେ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ ଗତ ଆର୍ଥିକ ବର୍ଷରେ OMC ୫.୪୨ ପ୍ରତିଶତ ଅଭିବୃଦ୍ଧି କରିଛି । ଗତ ବର୍ଷ ମୋଟ ଖଣିଜ ଉତ୍ପାଦନ ୧୭.୧୨ ନିୟୁତ ଟନ୍ ଥିଲା ।

ଗତ ଆର୍ଥିକ ବର୍ଷରେ, OMC ୫୫୯୨ କୋଟି ଟଙ୍କାର ବିକ୍ରୟ ରାଜସ୍ୱ ହାସଲ କରିଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୩୬.୬୦ ପ୍ରତିଶତ ଅଧିକ ଥିଲା । ଆସନ୍ତା ବର୍ଷ ସୁଦ୍ଧା ୧ ବିଲିୟନ ଡଲାର ରାଜସ୍ୱ ହାସଲ କରିବାକୁ OMC ଲକ୍ଷ୍ୟ ରଖିଛି । ନିଗମ ରାଜ୍ୟର ଅନେକ କଲ୍ୟାଣ କାର୍ଯ୍ୟକ୍ରମକୁ ମଧ୍ୟ ସମର୍ଥନ କରୁଛି । ଏହା ରାଜ୍ୟର ୮ଟି ଜିଲ୍ଲାର ୧୦ ଟି ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନାକୁ ଅର୍ଥ ପ୍ରଦାନ କରୁଛି ।

Leave A Reply

Your email address will not be published.

ବ୍ରେକିଂ