ଚିନ୍ତାରେ ଯୁବଗୋଷ୍ଠୀ: ଲକ୍ଷାଧିକ ଟଙ୍କା ଠକି ନେଲା ଓଏମଜି ବର୍ସ ଆପ୍

ଜେନାପୁର: ଲୋଭ ଦେଖାଇ  ଲକ୍ଷାଧିକ ଟଙ୍କା ଠକି ନେଲା ଓଏମଜି  ବର୍ସ ଆପ୍  । ଚିଟଫଣ୍ଡ ଠକେଇ ଭଳି ସାଇବର କ୍ରାଇମ ଟିମ ଦ୍ଵାରା ଏକ ମୋବାଇଲ ଆପ ଦ୍ୱାରା ଜେନାପୁର ଓ କବାଟବନ୍ଧ ଅଞ୍ଚରରୁ ଯୁବକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିନେଇ ଯାଇଥିବାର ଜଣାପଡିଛି । ଉକ୍ତ ଇଣ୍ଟରନେଟ ସଂସ୍ଥାରୁ ପଇସା ରୋଜଗାର କରିବା ନିଶାରେ ପଡିଯାଇଥିଲେ ଯୁବପିଢ଼ି ।

ସୂଚନାଯୋଗ୍ୟ,  ମୋବାଇଲ ଦ୍ୱାରା ଯାହାକି ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇନଥିବା “ଓଏମଜି ବର୍ସ” ନାମକ ଏହି ଆପ ଯାହାକି ଏହି ଟଙ୍କା ସବୁ ଠକି ନେଇଯାଇଛି । ଏହି ଆପକୁ  ଯୁବପିଢ଼ି ନିଜ ମୋବାଇଲରେ ବହୁଳ ମାତ୍ରାରେ ବ୍ୟବହାର କରି କିଛି ଅର୍ଥ ଉପାର୍ଜନ କରିବା ଆଶାରେ ବ୍ୟବହାର କରୁଥିବା ଜଣାପଡିଥିଲା । କିନ୍ତୁ

ପ୍ରଗତିବାଦୀ ରେ ପ୍ରଥମେ ଏନେଇ ଖବର ପ୍ରସାରିତ ହେବାପରେ କିଛି ଯୁବକ ସଚେତନ ହୋଇ ଏହି ଆପକୁ ନିଜ ମୋବାଇଲରୁ ହଟାଇ ଦେଇଥିଲେ ।ଏହି ଆପ ଦ୍ୱାରା କିଛି ଯୁବକ ଲାଭ ଉଠାଇ ଥିବା ନେଇ ମତାମତ ଦେଇଥିବା ବେଳେ ଅଧିକାଂଶ ଯୁବକ ଏହି ସଂସ୍ଥାରୁ ହଜାର ହଜାର ଟଙ୍କା ହରାଇଥିବା ନେଇ କହିଥିବା ବେଳେ ନିଜ ନାମ ଗୋପନ ରଖିବାକୁ କହିଛନ୍ତି ।

ସୂଚନା ଥାଉକି ଏହି ଆପ ଦ୍ୱାରା ଯୁବକ ମାନେ ଟଙ୍କା ପାଇବା ଲୋଭରେ ହଜାର ହଜାର ଟଙ୍କା ଜମାକରିଥିବା ବେଳେ ହଜାର ହଜାର ଟଙ୍କା ଫିକ୍ସ ମାରିଥିଲେ । ୪ଦିନ ହେବ ମୋବାଇଲରୁ ଏହି ଆପଟି କୌଣସି କାମ କରୁନଥିବା ବେଳେ ଏହି ଆପରେ ଜମା ଥିବା ଟଙ୍କା ମଧ୍ୟ ଦେଖାଉନାହିଁ । ଏହି ଆପଟି ଚେନ ସିଷ୍ଟମ ହୋଇଥିବା ବେଳେ ଦିନକୁ ଶହ ଶହ ଟଙ୍କା ରୋଜଗାର ହେଉଥିବାରୁ ଶହ ଶହ ଯୁବକ ଏହି ଆପ ଦ୍ୱାରା କବଳିତ ହୋଇଥିଲେ ।

Leave A Reply

Your email address will not be published.

ବ୍ରେକିଂ