ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ

ନୟାଗଡ : ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି । ଆସନ୍ତାକାଲି ଅଭିଯୁକ୍ତକୁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହାଜର କରାଯିବ ।

ତେବେ ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ପରୀ ହତ୍ୟାକାରୀକୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଏସଆଇଟି ଛାନଭିନ କରୁଥିବା ବେଳେ ଆଜି ତାକୁ ଗିରଫ କରିଥିବା ସୂଚନା ମିଳିଛି ।

ପରୀ ହତ୍ୟା ମାମଲାରେ ତଦନ୍ତ କରୁଥିବା ଏସଆଟି ଶନିବାର ସକାଳୁ ନୟାଗଡର ଯଦୁପୁର ଗାଁର ୩ ଜଣଙ୍କୁ ଉଠେଇ ନେଇଥିଲା । ସରୋଜ ସେଠି , ତାଙ୍କ ମା ଓ ଭଉଣୀକୁ ଉଠାଇ ନେଇଥିଲା ଏସଆଟି ।

 

Leave A Reply

Your email address will not be published.

ବ୍ରେକିଂ