କାର ଧକ୍କାରେ ଜଣେ ମୃତ

ବୌଦ୍ଧ: କାର ଧକ୍କାରେ ଜଣେ ମୃତ । ବୌଦ୍ଧ ଥାନା ଅନ୍ତର୍ଗତ ବୁଟୁପାଲି ୫୭ ନମ୍ବର ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ବୁଟୁପାଲିର ଡିଙ୍ଗର ମେହେର।

ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ପଟୁ ଏକ ଲାଲ ରଙ୍ଗର କାର ଆସୁଥିଲା। ୫୭ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ନିଜ ଘରୁ ଡିଙ୍ଗର ମେହେର ବାହାରକୁ ବାହାରୁ ଥିବା ସମୟରେ କାର ଟି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ଥିବା କାରକୁ ଧରିବାକୁ ଚେଷ୍ଟା କରୁଛି।

Leave A Reply

Your email address will not be published.

ବ୍ରେକିଂ