ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ଲୁହାପଙ୍କ ପଞ୍ଚାୟତ ଜରିପାଣି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳ ମହୁଲମାଲର ଧନୁ ଦେହୁରୀ।

 

ଆଜି ସକାଳୁ ନିଜର ହଜିଥିବା ଗାଈ,ବଳଦ କୁ ଖୋଜିବା ଧନୁ ଦେହୁରୀ ଓ ରାହାସ ମିର୍ଦ୍ଧା ମିଶି ଜରିପାଣି ଗାଁକୁ ଯାଇଥିଲେ। ହଠାତ୍ ଜଙ୍ଗଲ ରାସ୍ତାରେ ଦନ୍ତାହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଧନୁଙ୍କ ମୃତ୍ୟୁ ହୋଇଥିବା ବେଳେ ରାହାସ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସେପଟେ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ହାତୀଟି ମୃତଦେହ ପାଖରେ ଜଗି ରହିଥିବାରୁ ଉଦ୍ଧାର ସମ୍ଭବ ହୋଇ ନ ଥିବା ଜଣାଯାଇଛି।

Leave A Reply

Your email address will not be published.

ବ୍ରେକିଂ