ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ପାଟଣାଗଡ :  ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଭାନପୁର ପଂଚାୟତ ଅନ୍ତର୍ଗତ ଥିବା ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର । ଶୁକ୍ରବାର ରାତିରେ ଏକ ବଣୁଆ ହାତୀ ଗାଁକୁ ଆସି ଗର୍ଜନ କରିବାରୁ ଗାଁର ଯାଦବ ରଣା ଘରୁ ବାହାରି ଦେଖିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ । ସେହି ସମୟରେ ହାତୀ ଯାଦବକୁ ଟେକିନେଇ ଦଳି ଦେଇଥିବା ବେଳେ ଗାଁର ତିନୋଟି ଘରକୁ ଭାଙ୍ଗି ଦେଇ ଜଙ୍ଗଲକୁ ଚାଲିଯାଇଥିଲା ।

ସେହିପରି ସେହି ଗାଁର ତରଣୀ ଭୋଇ ଭୋର ସକାଳୁ ଗାଁ ନିକଟରେ ଥିବା ଝରଣାକୁ ଶୌଚ ପାଇଁ ଯାଇଥିବା ବେଳେ ସେ ମଧ୍ୟ ହାତୀ ହାବୁଡ଼ରେ ପଡିଥିଲେ । ଯାହାଫଳରେ ତାଙ୍କୁ ମଧ୍ୟ ହାତୀ ଆକ୍ରମଣ କରି ଜଙ୍ଗଲକୁ ଚାଲିଯାଇଥିଲା । ପରେ ଖବର ପାଇ ଜଙ୍ଗଲ ବିଭାଗ ଏବଂ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତରାଣୀକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଦେଇ ଗାଁରେ ବର୍ତ୍ତମାନ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

ବ୍ରେକିଂ