୨ ବାଇକ୍ ମୁହାମୁହି ଧକ୍କା : ଜଣେ ମୃତ, ୪ ଆହତ

ସୋନପୁର : ସୋନପୁର-ମନୁମୁଣ୍ଡ ରାସ୍ତା ମାଣିକେଶ୍ଵରୀ ମନ୍ଦିର ନିକଟରେ ୨ ବାଇକ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାରେ  ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।  ମୃତ୍ୟୁ ବ୍ୟକ୍ତି ମନମୁଣ୍ଡା ଅଞ୍ଚଳର ଶ୍ରୀକୃଷ୍ଣ ଗାଇଗରିଆ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଏକ ବାଇକରେ ୩ ଜଣ ଯୁବକ ମନମୁଣ୍ଡା ପଟକୁ ଯାଉଥିଲେ । ଅନ୍ୟ ଏକ ବାଇକର ସୋନପୁରର ୨ ଜଣ ଯୁବକ ସୋନପୁର ପଟକୁ ଆସୁଥିଲେ । ଏହି ସମୟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ମନମୁଣ୍ଡା ଥାନା ବିଳାସପୁରର ରହିମ କଅଁର ଓ ଶକ୍ତି କଅଁର ଏବଂ ସୋନପୁରର ମଝିପଡାର ୨ ଜଣ ରିଲୁ ସାହୁ ଓ କ୍ରିଷ୍ଣା ସାହୁ ଥିବା ଜଣାପଡିଛି ।

ତେବେ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଆହତଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ