ବଜ୍ରପାତ ଘଟି ଜଣେ ମୃତ,ଜଣେ ଗୁରୁତର ଆହତ

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ କଦଳିଆ ଗ୍ରାମରେ ବଜ୍ରପାତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।  ଗୁରୁତର ଆହାତଙ୍କୁ ବାଲେଶ୍ଵର ବଡ ମେଡିକାଲରେ  ଚିକିତ୍ସା ପାଇଁ ପଠାଯାଇଛି ।

ସୂଚନାଯୋଗ୍ୟ ଆଜି ଅପରାହ୍ନରେ ବୈଶିଙ୍ଗା ପଞ୍ଚାୟତ ଅଧୀନ କଦଳିଆ ଗ୍ରାମର ରମାକାନ୍ତ ବିନ୍ଧାଣୀ ଗଛରୁ ଡାଳ କାଟୁଥିବା ସମୟରେ ବଜ୍ରପାତ ମାରିଥିଲା । ଫଳରେ ତାଙ୍କ ଛାତିରେ ଆଘାତ ଲାଗିଥିଲା ଏବଂ ନିକଟରେ ଥିବା ଦିପୁନସିଂଙ୍କୁ ମଧ୍ୟ ସାମାନ୍ୟ ଆଘାତ ଲାଗିଥିଲା । ସଙ୍ଗେସଙ୍ଗେ ଗ୍ରାମବାସୀ ୧୦୮ ଆମ୍ବୁଲେନ୍ସ ଯୋଗେ ବୈଶିଙ୍ଗା ଡାକ୍ତରଖାନା ଆଣିଥିଲେ । ପରେ ସେଠାରୁ ରମାକାନ୍ତଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଦିପୁନଙ୍କୁ ବାଲେଶ୍ଵର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବେତନଟୀରେ ଡାକ୍ତର ରମାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ତାଙ୍କ ମର ଶରୀରକୁ ବ୍ୟବଚ୍ଛଦ ପାଇଁ ବାରିପଦା ବଡ ମେଡିକାଲକୁ ପଠାଇ ଦିଆଯାଇଛି। ମୃତ ରମାକାନ୍ତଙ୍କର ପାଞ୍ଚବର୍ଷର ଏକ ମାତ୍ର ପୁତ୍ର, ସ୍ତ୍ରୀ ଓ ବାପା ମାଆ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ବୈଶିଙ୍ଗା ଓ ଆଖପାଖ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.

ବ୍ରେକିଂ