ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର କପି ଚିରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ୱର : ଆଜି ପୁଣି ବିଧାନ ସଭାରେ ହଙ୍ଗାମା ଦେଖିବାକୁ ମିଳିଛି । ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ହଟ୍ଟଗୋଳ ଜାରି ରହିଛି । ଏହାରି ଭିତରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପି ଚିରି ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଆଜି ଅପରାହ୍ନ ୪ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଚାଷୀ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା । ଏଥିରେ ମନ୍ତ୍ରୀଙ୍କ ଉତ୍ତର କପି ଚିରଥିଲେ ବିଜେପି ଦଳର ନେତା ପ୍ରଦୀପ୍ତ ନାୟକ । ଉତ୍ତର କପି ଚିରିବା ସହିତ ବାଚସ୍ପତିଙ୍କ ଟେବୁଲ ଉପରକୁ ଫିଙ୍ଗିଥିଲେ । ଏହା ଛଡା ଏକ ସର୍ବ ଦଳୀୟ ବୈଠକ ଡାକି ଏହି ଚାଷୀ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଦାବି କରିଛନ୍ତି ବିରୋଧୀ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ମଧ୍ୟ ହାତ ଯୋଡି ବାଚସ୍ପତିଙ୍କୁ ଚାଷୀଙ୍କ ଧାନ ଉଠାଇବା ପାଇଁ ଅନୁରୋଧ କରିଛନ୍ତି । ଗୃହରେ ସ୍ୱତନ୍ତ୍ର ମୋସନ ଆଣି ଆଲୋଚନା କରିବାକୁ ଦାବି କରାଯାଇଛି । ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ଗୃହରେ ବିବୃତି ରଖୁଥିବାରୁ, ସମାନ କରି ତଥ୍ୟ ମଗାଯିବ ବୋଲି ବାଚସ୍ପତି କହିଛିନ୍ତି । ଏହାପାଇଁ ବିରୋଧୀଙ୍କୁ ୭ ଦିନ ଅପେକ୍ଷା କରିବାକୁ କହିଥିଲେ । ଏହାକୁ ନେଇ ମଧ୍ୟ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ଆଜି ବିରୋଧୀଙ୍କ ହୋହାଲା ଭିତରେ ବାଚସ୍ପତିଙ୍କ ରୋଲିଂ ଅନୁଯାୟୀ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ । ରାଜ୍ୟରେ ୧୯ ତାରିଖ ସୁଦ୍ଧା ୫୫.୦୩ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଗତବର୍ଷ ଏହି ଦିନ ସୁଦ୍ଧା ୪୫.୬୧ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା ବୋଲି ଗୃହକୁ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ।ତେବେ ସେ କହିଛନ୍ତି ଯେ ଗତ ବର୍ଷ ଅପେକ୍ଷା ଏହି ବର୍ଷ ଅଧିକ ଟନ ଧାନ ସଂଗ୍ରହ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ