ନୃସିଂହନାଥ ପୀଠରେ ଓଟିଡିସି କଟେଜ ଉଦଘାଟିତ

ବରଗଡ଼ :  ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ଓଟିଡିସିର କଟେଜ ଉଦ୍ଘାଟିତ ହୋଇଛି । ଏହି କଟେଜରେ ଚାରୋଟି ଅତ୍ୟାଧୁନିକ ଆବାସ ସହ ରହିବା ବ୍ୟବସ୍ଥା ରହିଛି । ନୃସିଂହନାଥ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଅସୁଥିବାରୁ ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟଟନ ବିଭାଗ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚରେ ଏହି କଟେଜ ତିଆରି କରିଛି । ଏହାକୁ ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଜନ ସିହ ବରିହା ଉଦଘାଟନ କରିଛନ୍ତି ।

ଏହି ଅବସରରେ ଟୁରିଜିୟମ ଡାଇରେକ୍ଟର ସଚିବ ରାମଚନ୍ଦ୍ର ୟାଦବ , ଓଟିଡିସି ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର, ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରବାନ ,ବିଡ଼ିଓ ସୁରେନ୍ଦ୍ର କୁମାର, ଜିଲ୍ଲା ଟୁରିଷ୍ଟ ଅଧିକାରୀ ପ୍ରମୋଦ କୁମାର ସିହ ,ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସେଠାରେ ଉପସ୍ଥିତ ଥିଲେ । ତେବେ ଏହାକୁ  ନୃସିଂହନାଥ ମନ୍ଦିର ପରିଚାଳନାକୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ