୧୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ଗିରଫ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମ ନିକଟରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ଏକ ବୋଲେରୋ ମଧ୍ୟ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଜଣେ ଯୁବକକୁ ଗିରଫ କରାଯାଇଛି ।

କୌଣସି ସୂତ୍ରରୁ ଖବର ପାଇ ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ କାଲକାଠ ଗ୍ରାମ ନିକଟରେ ତନାଘନା କରୁଥିଲା । ଏହି ସମୟରେ ଉକ୍ତ ଗ୍ରାମର ଟୁନା ନାଏକ ଏକ ବୋଲେରୋରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିବା ବେଳେ ସ୍ପେଶାଲ ସ୍କ୍ୱାଡ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ।

ଯାଞ୍ଚ ସମୟରେ ଗାଡ଼ିରୁ ୧୦ କେଜି ୭୦୦ ଗ୍ରାମର ଗଞ୍ଜେଇ ଜବତ କରିଥିଲା ପୋଲିସ । ଏଥି ସହିତ ଅଭିଯୁକ୍ତର ଘର ଯାଞ୍ଚ କରି ପୋଲିସ ୨୫ କିଲୋରୁ ଉର୍ଦ୍ଧ୍ଵ ଚୋରା ବିଦ୍ୟୁତ ଆଲୁମିନିୟମ ତାର ସହ ଅନ୍ୟକିଛି ବିଦ୍ୟୁତ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

ବ୍ରେକିଂ