ବରଗଡ଼ରୁ ୨ କ୍ଵିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୪ ଗିରଫ

ବରଗଡ: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅଫସି ଛକଠାରେ ଚାଲିଥିଲା ଗଞ୍ଜେଇ କାରବାର। ସୂଚନା ପାଇ ମାଡି ବସିଲା ପୋଲିସ । ୨ କ୍ଵିଣ୍ଟାଲ ୩୩ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏଥିସହ ଦୁଇଟି କାର, ୬ ଟି ମୋବାଇଲ ଓ ନଗଦ ୧୩ ହଜାର ୧୨୦ ଟଙ୍କା ଜବତ କରିଛି ପୋଲିସ ।

ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ସୋହେଲା ପୋଲିସ ଜାତୀୟ ରାଜପଥରେ ଯାଞ୍ଚ କରୁଥିଲା ବେଳେ ୪ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସୋନପୁରରୁ ଛତିଶଗଡ଼ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି ଏହି ଗଞ୍ଜେଇ ବେପାରୀ।

ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ ରାଜ୍ୟର ହେମରାଜ ନିସାଦ, ସଞ୍ଜୟ ତ୍ରିପାଠୀ,ଅଜୟ ତ୍ରିପାଠୀ ଓ ଗୌରଭ ଖପ୍ରାଡେ । ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ରାହୁଲ ଜୈନ ।

 

Leave A Reply

Your email address will not be published.

ବ୍ରେକିଂ