ଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ

ନୂଆପଡା: ଭୋଜି ଖାଇ ଅସୁସ୍ଥ ହେଲେ ଗାଁ ଲୋକେ । ଦଶାହ ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗାଁରେ ଜଣଙ୍କର ଦଶାହ ଭୋଜି ହୋଇଥିଲା ।  ରାତିରେ ଭୋଜି ଖାଇବା ପରେ ସକାଳୁ ସମସ୍ତେ ଅସୁସ୍ଥତା ଅନୁଭବ କରିଥିଲେ । କିଛି ଲୋକଙ୍କ ପେଟ ବ୍ୟଥା ହେବା ସହ କିଛି ଲୋକଙ୍କର ଝାଡାବାନ୍ତି ହୋଇଥିଲା ।

ଗାଁର ପ୍ରାୟ ୧୨ ଜଣ ଗୁରୁତର ହୋଇ ପଡିଥିଲେ । ତେବେ, ବର୍ତ୍ତମାନ ପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକ ଗୁରୁତର ହୋଇ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଆହୁରି ଅନେକ ଲୋକ ଅସୁସ୍ଥ ରହିଥିବା ଜଣାପଡିଛି ।

ସମସ୍ତ ଅସୁସ୍ଥଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଛି । ଚିକିତ୍ସା ଚାଲୁ ରହିଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ