ତେଲ ଟ୍ୟାଙ୍କରରୁ ୩ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ବ୍ରହ୍ମପୁର:  ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ଆଜି ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣକୁ ଠାବ କରିଛି। ଏହି ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ତେଲ ଟ୍ୟାଙ୍କରକୁ ଜବତ କରିବା ସହ ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ସେପଟେ ଘଟଣାସ୍ଥଳରୁ ଦୁଇଜଣ ଚମ୍ପଟ ମାରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l

ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଏକ ଇଣ୍ଡିଆନ ଅଏଲ ଟ୍ୟାଙ୍କରରେ ଗଞ୍ଜେଇ ବୋଝେଇ ହୋଇ ୧୬ ନଂ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗର କୋଲକାତା ଅଭିମୁଖେ ଯାଉଥିଲା l ଏନେଇ ବିଶ୍ବସ୍ଥ ସୂତ୍ରରୁ ଖବର ପାଇବା ପରେ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ଥାନା ସମ୍ମୁଖରେ ଉକ୍ତ ଟ୍ୟାଙ୍କରକୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଚାଳକ ଓ ହେଲପର ଘଟଣାସ୍ଥଳରୁ କୌଶଳକ୍ରମେ ଚମ୍ପଟ ମାରିଥିବା ବେଳେ ଗାଡ଼ିରେ ବସିଥିବା ଜନୈକ ଯୁବକଙ୍କୁ କାବୁ କରିଥିଲା ପୋଲିଲ l

ତେବେ ଟ୍ୟାଙ୍କରରୁ ୩୭୦ କେଜି ଗଞ୍ଜେଇ ଜବତ ହୋଇଥିଲା l ଅଟକ ଯୁବକ ଜଣଙ୍କ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦପୁରର ବୋଲି ଜଣାପଡିଛି l ଏନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

Leave A Reply

Your email address will not be published.

ବ୍ରେକିଂ