ଆର ଉଦୟଗିରି ଅଞ୍ଚଳରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଗଜପତି: ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ମାଫିଆଙ୍କ କାରନାମା ବଢିଚାଲୁଥିବା ବେଳେ ଏହି ପାର୍ବଣ ସମୟରେ ଏହା ଅଧିକ ହେବାରେ ଦେଖିବାକୁ ମିଳୁଛି । ଫଳରେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ମାଷ୍ଟର ପ୍ଲାନ୍ ମଧ୍ୟ ତିଆରି ହୋଇଛି । ସୁଚନା ଅନୁସାରେ ଆଜି ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ପତେଇଗୁଡା ଓ ଅନୁଗୁରୁ ଗାଁ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି ।

ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟରୁ ପୋଲିସ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ, ଜଣଙ୍କୁ ଗିରଫ କରିଛି ପୋଲିସ । ଯାହାର ଆନୁମାନିକ ମୁଲ୍ୟ ୫ଲକ୍ଷରୁ ଅଧିକ ହେବ । ତେବେ ଘଟଣାସ୍ଥଳରୁ ୩ ଜଣ ଚାଲାଣକାରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆର ଉଦୟଗିରି ଥାନା ପୋଲିସ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରିଥିଲା ଫଳରେ ପୋଲିସ୍ କୁ ଏହି ସଫଳତା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ