ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦେଶରେ କରୋନା ମୁକାବିଲା ପାଇଁ କୋଭିସିଲଡ ଟିକାକୁ ଜରୁରୀକାଳୀନ ଭିତ୍ତିରେ ମିଳିଛି ଅନୁମତି । ପ୍ରଥମ କୋଭିଡ ଟିକା ଭାବେ ଦେଶରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ନିର୍ମିତ ଟିକାକୁ ଅନୁମତି ଦିଆଯାଇଛି ।

କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାର ବିଶେଷଜ୍ଞ କମିଟି ଏହି ଟୀକାର ବ୍ୟବହାରକୁ ନେଇ ହୋଇଥିବା ଆବେଦନକୁ ଅନୁମୋଦନ କରିଛି। ତେବେ କେତେକ ସର୍ତ୍ତ ସହ ଏହି ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଏହି ଟିକା ଆସ୍ତ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ କରାଯାଇଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ଟିକା ପ୍ରସ୍ତୁତ କରିବ।

ଅକ୍ସଫୋର୍ଡ ଟିକାର ଭାରତୀୟ ନାଁ ହେଉଛି ‘କୋଭିସଲ୍ଡ’ । ଟିକାର ଦୁଇଟି ଡୋଜର ଜାମ ୪୪୦ ଟଙ୍କା ରହିପାରେ । ୫ କୋଟି ଟିକା ପ୍ରସ୍ତୁତ ହୋଇ ଗଚ୍ଛିତ ରହିଛି ବୋଲି ତଥ୍ୟ ମିଳିଛି । ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା କମ୍ପାନୀ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି ।

ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଭ୍ୟାକ୍ସିନ୍ ଦାମ ସରକାରୀ ଔଷଧ ଦୋକାନରୁ କିଣିଲେ ୪୪୦ ଟଙ୍କା ଦେବାକୁ ପଡ଼ିବ । ଘରୋଇ ଔଷଧ ଦୋକାନ କିମ୍ବା ମେଡିକାଲରୁ କିଣିଲେ ୭୦୦ରୁ ୮୦୦ ଟଙ୍କା ପଡ଼ିବ । ଭାରତର ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏଯାବତ୍ ୪୦ ମିଲିୟନ୍ ଡୋଜ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରି ସାରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସନ୍ତା ଶନିବାର ସୁଦ୍ଧା ଏସବୁ ଟିକା ବିଭିନ୍ନ ରାଜ୍ୟମାନଙ୍କୁ ପ୍ରେରଣ ଆରମ୍ଭ କରାଯିବ । ଆସନ୍ତା କାଲି ଅର୍ଥାତ ୨ ତାରିଖରୁ ଦେଶର ପ୍ରତି ରାଜ୍ୟରେ କରୋନା ଟିକାକରଣର ଡ୍ରାଇରନ ବା ରିହଲସାଲ ହେବ ।

ବ୍ରିଟେନ୍ ଓ ଆର୍ଜେଣ୍ଟିନା ପରେ ତୃତୀୟ ଦେଶ ଭାବେ ଭାରତ କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ଦେଶରେ ଜରୁରୀକାଳୀନ ଭାବେ ଅକ୍ସଫୋର୍ଡ ଏଷ୍ଟ୍ରଜେନିକା ଟିକା କୋଭିସିଲ୍ଡକୁ ଅନୁମତି ଦେଇଛି ଡିସିଜିଆଇ । ଟିକାକରଣ ଲାଗି ଆସନ୍ତାକାଲି ଦେଶବ୍ୟାପୀ ଡ୍ରାଏ ରନ୍ ହେବାକୁ ଥିବା ବେଳେ ନୂତନ ବର୍ଷର ପ୍ରଥମ ଦିନରେ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ଅନୁମତି ମିଳିଛି

 

Leave A Reply

Your email address will not be published.

ବ୍ରେକିଂ