ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ଦେହାନ୍ତ ହୋଇଛି । ଭୂବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ଝିଅ ସାବରମତୀ ସୂଚନା ଦେଇଛନ୍ତି । 

ସମ୍ଭବର ପ୍ରାଣ ପ୍ରତିଷ୍ଠାତା ତଥା ବିଶ୍ଵର ଜଣେ ଆଗଧାଡିର ପରିବେଶ ବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ଗତବର୍ଷ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ସେ ଏକ ଟାଙ୍ଗରା ମରୁଭୂମୀରେ ସୁନାର ଫସଳ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି ।

ଅନ୍ୟପକ୍ଷେ ପ୍ରଫେସର ରାଧାମୋହନ ବିଭିନ୍ନ କଲେଜରେ ଅଧ୍ୟାପନା କରିବାରୁ ତାଙ୍କର ଜୀବନ କାଳ ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ବିଭାର ଅଧିକାରି ଭାବେ ମଧ୍ୟ କାର୍ଯ୍ୟ କରିଥିବା ଜଣାପଡ଼ିଛି । ସେ ୨୦୦୫-୦୬ ମସିହାରେ ଓଡ଼ିଶାର ପ୍ରଥମ ସୂଚନା କମିଶନର ଭାବେ କାର୍ଯ୍ୟ କରିଥିବା ଏବଂ ୟୁନାଇଟେଡ ଷ୍ଟେଟ ଅଫ ଆମେରିକାରୁ ଗ୍ଲୋବାଲ ରୋଲ ଅଫ ଅର୍ନର ପାଇଥିଲେ ।

ସେହିପରି ଜଣେ ଶିକ୍ଷାବିତ୍, ସାମାଜିକ କର୍ମୀ ଓ ପରିବେଶବିତ୍ ଭାବରେ ଜଣାଶୁଣା ଥିଲେ ରାଧାମୋହନ । ପ୍ରଫେସର ରାଧାମୋହନଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.

ବ୍ରେକିଂ