ପାକିସ୍ତାନରେ ବସ ବିସ୍ଫୋରଣ,୯ ଚାଇନା ନାଗରିକଙ୍କ ସମେତ ମୋଟ ୧୨ ମୃତ

ପେଶାୱାର: ପାକିସ୍ତାନରେ ଏକ ବସରେ ବିସ୍ଫୋରଣ । ୯ ଜଣ ଚାଇନା ନାଗରିକଙ୍କ ସମେତ ମୋଟ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ସୈନ୍ୟ ମଧ୍ୟ ଅଛନ୍ତି । ବୁଧବାର ଉତ୍ତର ପାକିସ୍ତାନର ଏକ ଦୂରାନ୍ତ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ଜଣାଯାଇଛି । ତେବେ ବିସ୍ଫୋରଣର କାରଣ ଏଯାବତ ଜଣାପଡିନଥିବା ବେଳେ ଆହତଙ୍କୁ ଉଦ୍ଧାର କରି ଏୟାର ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ପରେ ବସଟି ଏକ ଗଭୀର ଖାତ ମଧ୍ୟକୁ ଖସିପଡିଥିଲା ।

ସେହିପରି ପାକିସ୍ତାନର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ବସରେ ୩୦ରୁ ଅଧିକ ଚାଇନା ଇଞ୍ଜିନିୟର ଅପର୍‍ କୋହିସ୍ତାନର ଦାସୁ ଡ୍ୟାମ ସ୍ଥଳକୁ ଯାଉଥିଲେ । ସେଠାରେ ଦାସୁ ଜଳବିଦ୍ୟୁତ ପ୍ରକଳ୍ପ ହେଉଛି ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ର ଏକ ଅଂଶବିଶେଷ । ଏହି ପ୍ରକଳ୍ପରେ ଚାଇନର ବେଲଟ୍‍ ଆଣ୍ଡ ରୋଡ ପ୍ରୟାସ ଅଧୀନରେ ୬୫ ବିଲିଅନ ଡଲାର ନିବେଶ କରାଯାଉଛି । ଏହାଦ୍ୱାରା ଚାଇନା ସହିତ ପାକିସ୍ତାନର ଦକ୍ଷିଣ ଭାଗରେ ଅବସ୍ଥିତ ଗ୍ୱାଦାର ସାମୁଦ୍ରିକ ବନ୍ଦର ସହିତ ସଡକ ଯୋଗାଯୋଗ ସ୍ଥାପନ ହୋଇପାରିବ । ଦାସୁ ଜଳବିଦ୍ୟୁତ ପ୍ରକଳ୍ପରେ ଚାଇନାର ଇଞ୍ଜିନିୟରଙ୍କ ସହିତ ପାକିସ୍ତାନ ନିର୍ମାଣ ଶ୍ରମିକମାନେ ଦୀର୍ଘବର୍ଷ ଧରି କାମ କରୁଛନ୍ତି । ତେବେ କେମିତି ବସଟି ବିସ୍ପୋରଣ ଘଟଲା ତାହାର ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ