ପାଲକ ରାଇସ

ଆବଶ୍ୟକୀୟ ସାମଗ୍ରୀ

  • ୧ କପ୍‌ ବାସୁମତି ଚାଉଳ
  •  ୩ କପ୍‌ କଟା ପାଳଙ୍ଗ ଶାଗ
  •  ୨ ଟି କଟା ହୋଇଥିବା କଞ୍ଚା ଲଙ୍କା
  •  ୪/୫ ପାଖୁଡା କଟା ରସୁଣ
  •  ୧ ଇଞ୍ଚର କଟା ହୋଇଥିବା ଅଦା
  •  ୧ଟି ତେଜପତ୍ର
  •  ୩/୪ ଟି ଲବଙ୍ଗ
  • ୧ ଖଣ୍ଡ ଡାଲଚିନ୍‌
  • ୨ ଟି ଛୋଟ ଅଳେଇଚ
  •  ୧ ଖଣ୍ଡ ଅନିସ ଫୁଲ
  •  ୧ଚାମଚ ଜିରା
  •  ୧/୩ କପ୍‌ କଟା ପିଆଜ

ପ୍ରଣାଳୀ-

ପ୍ରଥମେ ବାସୁମତି ଚାଉଳକୁ ୨୦ ରୁ ୩୦ ମିନିଟ୍‌ ପାଣିରେ ଭିଜାଇ ଛାଣି ରଖନ୍ତୁ ।  କଟା ହୋଇଥିବା ପାଳଙ୍ଗ ପତ୍ରକୁ ଜାର୍‌ରେ ଭରନ୍ତୁ । ସେଥିରେ କାଟି ରଖିଥିବା ରସୁଣ, ଅଦା ଓ କଞ୍ଚା ଲଙ୍କାକୁ ମିଶାଇ ଗ୍ରାଇଣ୍ଡ କରି ଅଲଗା କାଢ଼ି ରଖନ୍ତୁ । ଏବେ ପ୍ରେସର କୁକରରେ ୨ ବଡ ଚାମଚ ତେଲ ପକାଇ ଗ୍ୟାସରେ ବସାନ୍ତୁ । ସେଥିରେ ତେଜପତ୍ର, ଜିରା, ଲମ୍ବଙ୍ଗ,ଡାଲଚିନ୍‌, ଅଳାଇଚ, ଅନିସ ଫୁଲ ଓ ଜିରା ପକାନ୍ତୁ । ଏହା ଟିକିଏ ଗରମ ହୋଇଗଲା ପରେ ଏଥିରେ କଟାହୋଇ ରହିଥିବା ପିଆଜ ପକାଇ ଅଳ୍ପ ଆଞ୍ଚରେ ଭାଜନ୍ତୁ ଯେପରି ପିଆଜ ବାଦାମୀ ରଙ୍ଗ ହୋଇଯାଏ । ପୂର୍ବରୁ ଗ୍ରାଇଣ୍ଡ କରି ରଖିଥିବା ପାଳଙ୍ଗକୁ ଏଥିରେ ଢ଼ାଳନ୍ତୁ । ୪ ରୁ ୫ ମନିଟି ଯାଏ ଏହାକୁ ଆଞ୍ଚରେ ଗୋଳାନ୍ତୁ । ଏବେ ପୂର୍ବରୁ ଭିଜା ହୋଇ ରହିଥିବା ଚାଉଳକୁ ଏଥିରେ ଢ଼ାଳନ୍ତୁ ଓ ଗୋଳାଇବା ପରେ ଦେଢ଼ କପ୍‌ ପାଣି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ଓ ଅଳ୍ପ ଲେମ୍ବୁ ରସ ପକାଇ ଗୋଳାଇବା ପରେ ପ୍ରେସର କୁକରକୁ ବନ୍ଦ କରନ୍ତୁ ।

ଏବେ ଏହାକୁ ମଧ୍ୟମ ଆଞ୍ଚରେ ୮ ରୁ ୯ ମିନିଟ ଯାଏ କିମ୍ବା ୨ ରୁ ୩ ଟି ହ୍ଵିସଲ ହେବା ଯାଏ ଅପେକ୍ଷା କରନ୍ତୁ । ତା’ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପ୍ରେସର କୁକରକୁ ଆପେ ଆପେ ଖୋଲିବାକୁ ଛାଡି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଲକ ରାଇସ । ଏହାକୁ ରାଇତା କିମ୍ବା ଆଚାର ସହ ଖାଇ ପାରିବେ । ଶାଗ ଖାଉନଥିବା ପିଲାଙ୍କ ପାଇଁ ବେଶ ଉପଯୋଗୀ ।

Leave A Reply

Your email address will not be published.

ବ୍ରେକିଂ