ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ବରଗଡ଼: ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ବେହେରାପାଲି ପିଇଓ ଅନୀଲ କୁମାର ପାଢ଼ୀଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଏକକାଳୀନ ୩ଟି ସ୍ଥାନରେ ଚଢାଉ କରିଥିବା ଜଣାପଡିଛି । ଚଢାଉ ବେଳେ ଘରୁ ଓ ଅଫିସରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ରହିଛି ।

ଏହି ଟିମରେ ଅଛନ୍ତି ଜଣେ ଡିଏସପି, ୩ ଜଣ ଇନସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ଚଢ଼ାଉରୁ ଅନୀଲ ପାଢ଼ୀଙ୍କର ଗୋଟିଏ ଦୁଇ ମହଲା କୋଠା, ଗୋଟିଏ ପ୍ଲଟ୍ ଥିବା ବେଳେ ନଗଦ ୬୯ ହଜାର ଟଙ୍କା ଠାବ ହୋଇଥିବା ବେଳେ ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.

ବ୍ରେକିଂ