ବରଗଡ଼ରେ ପାରାଲିମ୍ପିଆନ ପ୍ରମୋଦ ଭଗତ

ବରଗଡ଼: ବରଗଡ଼ ଜିଲ୍ଲାରେ ପହଞ୍ଚିଲେ ପାରାଲିମ୍ପିଆନ ପ୍ରମୋଦ ଭଗତ । ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ମଙ୍ଗଳବାର ନିଜ ଜନ୍ମ ମାଟି ବରଗଡ ଜିଲ୍ଲା ଅତାବିରାରେ ପହଞ୍ଚିଛନ୍ତି। ତାଙ୍କୁ ଗୋଡ଼ଭଗାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି ।  ଗୋଡ଼ଭଗା ପରେ ଅତାବିରାରେ ମଧ୍ୟ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏକ ଭବ୍ୟ ଶୋଭାଯାତ୍ରାରେ ଅତାବିରା ଅଣାଯାଇ ସୁନାପୁଅ ପ୍ରମୋଦଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ତେବେ ଜନ୍ମମାଟିରେ ପହଞ୍ଚିବା ପରେ ପ୍ରମୋଦ ବହୁତ ଖୁସି ଥିବା କହିଛନ୍ତି। ନିଜ ସମ୍ବୋଧନରେ ଭଗତ କହିଥିଲେ ,  “ମୋର ମାଟି ଅତାବିରା ପାଇଁ ସ୍ବର୍ଣ ପଦକ ଆଣିଛି । ଏଇଟା ଆରମ୍ଭ ଆପଣମାନଙ୍କ ଆଶିର୍ବାଦରେ ଆଗକୁ ଆହୁରୀ ମେଡ଼ାଲ ଆଣିବି । ମୋ ମାଟିରେ ଯେଉଁ ପ୍ରକାର ସମ୍ବର୍ଦ୍ଧନା ଦେଲେ ତାହା ଅଭୁତ ପୂର୍ବ ।

ଏହି ମେଡ଼ାଲଟି ମୋର ଜନ୍ମମାଟି ଅତାବିରା ବାସୀଙ୍କ ପାଇଁ ଉତ୍ସର୍ଗ କରୁଛି । ପୂର୍ବରୁ ମୋତେ ଏତିକି ସମ୍ବର୍ଦ୍ଧନା କେଉଁଠାରେ ମିଳିନାହିଁ ନିଜର ଶେଷ ପର୍ଯ୍ୟନ୍ତ ଭୁଲି ପାରିବି ନାହିଁ  ବୋଲି ଭଗତ କହିଥିଲେ ” । ପିଲାଦିନର ସ୍କୁଲ ସାଙ୍ଗ ଯେଉଁମାନେ ଆଜି ଇହ ଜଗତରେ ନାହାନ୍ତି ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ ।

 

Leave A Reply

Your email address will not be published.

ବ୍ରେକିଂ