ପରି ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ନୟାଗଡ: ନୟାଗଡ ପରୀ ହତ୍ୟା ମାମଲାରେ କଂଗ୍ରେସର ସିବିଆଇ ତଦନ୍ତ ଦାବି।  ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାଵି ପତ୍ର ପ୍ରଦାନ କରିଛନ୍ତି। ପରୀ ମା’ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ବିଜେପି ମଧ୍ୟ ସିବିଆଇ ତଦନ୍ତ ଦାବି କରୁ ଆସୁଛି।

ଘଟଣାର ନିରପେକ୍ଷ ତଦନ୍ତ ହୋଇ ନାହିଁ କି ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅନୁମେୟ କରି  ତେବେ ରଞ୍ଜିତ ଦାସ ଏକ ଦାଵି ପତ୍ର ଗୃହ ବିଭାଗକୁ ପଠାଇଛନ୍ତି। ଏନେଇ ସେ  ଟ୍ୱିଟ କରି ମଧ୍ୟ ଜଣାଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ