ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା; ଶ୍ୱଶୂର କହିଲେ ଜ୍ୱାଇଁ ମୋର ଦେବତା ଭଳି

ଉଦଳା: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା ଏବେ ଘନେବାରେ ଲାଗିଛି । ଚାଲିଛି ଦୋଷ ଲଦାଲଦି। ସୌମ୍ୟଙ୍କ ପରିବାର ବିଦ୍ୟାଙ୍କ ଉପରେ ଦୋଷ ଲଦୁଥିବା ବେଳେ ବିଦ୍ୟା କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିତିହିନ । ଏହାରି ମଧ୍ୟରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ଶ୍ୱଶୁର ଶ୍ରୀହରି ପଣ୍ଡା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ।

ଗୋଟିଏ ପଟେ ବିଦ୍ୟା କହିଛନ୍ତି ମୋର ନୁହେଁ ବରଂ ସୌମ୍ୟଙ୍କର ଅନ୍ୟ ଏକ ଝିଅ ସହିତ ରହିଥିଲା ସମ୍ପର୍କ । ଯାହାକି ମୋତେ ସେ ସବୁବେଳେ ଲୁଚାଉଥିଲେ । ଯାହାକୁ ବିଦ୍ୟା ଜାଣିସାରିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା ବୋଲି ବିଦ୍ୟା କହିଛନ୍ତି ।

ଶ୍ୱଶୁର ଶ୍ରୀ ପଣ୍ଡା କହିଛନ୍ତି ଜ୍ୱାଇଁ ମୋର ଦେବତା ଭଳି ଏବଂ ଝିଅର ଶ୍ୱଶୁର ଘର ଲୋକେ ଆଦୌ ଖରାପ ଲୋକ ନୁହଁନ୍ତି ବୋଲି ସେ କହିଛନ୍ତି ।  ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ଭଲ ସଂପର୍କ ଥିଲା। ଝିଅ ଫୋନ୍ କଲେ ସବୁ ଠିକ୍‌ଠାକ୍‌ ଅଛି ବୋଲି କହେ। ସେହିପରି ଜ୍ୱାଇଁ ବି ମୋ ପାଖକୁ ଫୋନ୍ କରନ୍ତି । ଘଟଣାର ୫ ଦିନ ପୂର୍ବରୁ ମୋ ସ୍ତ୍ରୀଙ୍କ ପାଖକୁ ଜ୍ୱାଇଁ ଫୋନ୍ କରିଥିଲେ ଓ ଝିଅ ତାଙ୍କର ଖୁବ୍ ଯତ୍ନ ନେଉଛି ବୋଲି କହିଥିଲେ। ସେମାନଙ୍କ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିଲା ବୋଲି ଯେଉଁ କଥା କୁହାଯାଉଛି, ତାହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ସେହିପରି ଯଦି ସୌମ୍ୟରଞ୍ଜନଙ୍କର ଅନ୍ୟ ଝିଅଙ୍କ ସହିତ ସଂପର୍କ ଥିବା ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅଭିଯୋଗ କରିଥିବା ବେଳେ ଶ୍ୱଶୁର ଶ୍ରୀହରି ପଣ୍ଡା କହିଛନ୍ତି, ସାମାନ୍ୟ ମନୋମାଳିନ୍ୟ ଥିଲା। ପିଲାଙ୍କ ମଧ୍ୟରେ ବେଳେବେଳେ ସେମିତି ହୁଏ। ସେ ଯେଉଁ ଘଟଣା କଥା କୁହାଯାଉଛି, ତାହାର ସମାଧାନ ପାଞ୍ଚ-ସାତ ଦିନ ଭିତରେ ହୋଇଯାଇଥିଲା। ତା’ପରଠୁ ଆଉ କିଛି ଅସୁବିଧା ନଥିଲା।

ସେହିପରି ଏହି ଘଟଣାରେ ଗଜପତି ଜିଲ୍ଲା ଗୁରାଣ୍ଡି ଥାନାର ମହିଳା ଆଇଆଇସି ମମତା ପଣ୍ଡାଙ୍କ ନାଁ ଉଠିଥିବା ବେଳେ ଶ୍ରୀହରି ପଣ୍ଡା କହିଛନ୍ତି ଯେ ସେ ଜଣେ ଦୂର ସଂପର୍କୀୟ । ସେ କପ୍ତିପଦାର ବୋହୂ। ତାଙ୍କ ସହିତ ସେମାନଙ୍କର ଦେଖାସାକ୍ଷାତ ବି କେବେ ହୋଇନି। ସୌମ୍ୟରଞ୍ଜନ ପୋଡ଼ି ହେବା ଖବର ପାଇବା ପରେ ଝିଅକୁ ସାନ୍ତ୍ୱନା ଦେବାକୁ କେହି ଜଣେ ଚିହ୍ନାପରିଚିତ ଲୋକ ସେଠାରେ ପହଞ୍ଚୁ ବୋଲି ଆମେ ଚାହୁଁଥିଲୁ। ତେଣୁ ଫୋନ୍ ନମ୍ବର ଯୋଗାଡ଼ କରି ତାଙ୍କ ସହିତ ଯୋଗାଯୋଗ କରିଥିଲୁ । ତେବେ ଘଟଣାର ସତ କଣ ତାହା ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

ବ୍ରେକିଂ