ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲେଖା ଚିଠି ଜବତ

ଗଜପତି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ପୁଣି ଟ୍ଵିଷ୍ଟ । ଜବତ ହେଲା ପତ୍ନୀ ବିଦ୍ୟା ଭାରତୀଙ୍କ ଆଉ ଏକ ଘୃଣାପୂର୍ଣ୍ଣ ହାତ ଲେଖା ଚିଠି । ଯେଉଁଥିରେ ଲେଖାହୋଇଛି ଭଗବାନ ଶତ୍ରୁକୁ ବି ଏମିତି ଲୋକ ନ ଦିଅନ୍ତୁ।

ଏତେ ଦୁଃଖରେ କହିଲି ତଥାପି ମୋ ଆଖି ଲୁହ ଦେଖା ଗଲାନି। କିଛି ବି କରି ଛାଡପତ୍ର କରାଇ ଦେବାକୁ ସେ ଭଗବାନଙ୍କୁ ଅନୁରୋଧ କରିଛନ୍ତି। ଭଗବାନଙ୍କ ପାଖରେ ସାରା ଜୀବନ ଋଣୀ ହୋଇ ରହିବି। ସାରା ଜୀବନ ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି ବୋଲି ଲେଖିଛନ୍ତି ବିଦ୍ୟାଭାରତୀ ।

ଗତକାଲି ବିଦ୍ୟାଙ୍କ ପ୍ରଥମ ଚିଠି ସାମ୍ନାକୁ ଆସିଥିଲା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ ଜୀବନରେ ଘଟିଛି । କେମିତି ଆଉ ୩ ଦିନ କଟିବ ଓ ୧୨ରୁ ୧୫ ଶାନ୍ତିରେ ରହିବେ ସେ ନେଇ ବିଦ୍ୟାଭାରତୀ ଚିଠିରେ ଲେଖିଥିଲେ ।

ବାହାଘର ପରେ ଉଭୟ ମଧ୍ୟରେମନାନ୍ତର ସୃଷ୍ଟି  ହୋଇଥିବା ବେଳେ , ବିଦ୍ୟା ଏହି ଚିଠି କେବେ ଲେଖିଲେ ତାହା ସ୍ପଷ୍ଟ ହୋଇ ନାହିଁ।

Leave A Reply

Your email address will not be published.

ବ୍ରେକିଂ