ଆସନ୍ତାକାଲି ୧୧ ଟା ପର୍ଯ୍ୟନ୍ତ ମୌସୁମୀ ଅଧିବେଶନର ଉଭୟ ସଦନର ବୈଠକ ସ୍ଥଗିତ

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଭିତରେ ମୌସୁମୀ ଅଧିବେଶନର ପ୍ରଥମଦିନ ଠିକରେ ଚାଲିପାରି ନାହିଁ ଲୋକସଭା ଓ ରାଜ୍ୟ ସଭା । ଫଳରେ ଏହା ଆସନ୍ତାକାଲି ୧୧ ଟା ପର୍ଯ୍ୟନ୍ତ  ସ୍ଥଗିତ ରହିଛି । ଅନ୍ୟପଟେ  ଫୋନ୍ ଟ୍ୟାପିଂ ବିବାଦକୁ ନେଇ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଲୋକସଭାରେ ବିବୃତି ରଖିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ହ୍ୟାକିଂ ସହ ତଥ୍ୟ ଚୋରିର କୌଣସି ସମ୍ପର୍କ ନାହିଁ ।

ଚୋରି ହୋଇଥିବା ତଥ୍ୟରୁ ଜଣାପଡ଼ୁନି ତଥ୍ୟ ହ୍ୟାକିଂ ହୋଇଛି । ଫୋନ୍ ଟ୍ୟାପିଂକୁ ନେଇ ସରକାରଙ୍କ ନିୟମ ବେଶ କଠୋର ରହିଛି । ତେଣୁ ଦେଶର ଗଣତନ୍ତ୍ରର ଛବିକୁ ମଳିନ କରିବାକୁ ଏହା ଏକ ପ୍ରୟାସ ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଥିଲା ଭାରତ ସରକାର କେତେକ ସାମ୍ବାଦିକ, ନେତାଙ୍କ ଫୋନ୍ ହ୍ୟାକ୍ କରିଛନ୍ତି । ୪୦ରୁ ଅଧିକ ସାମ୍ବାଦିକ ଫୋନ୍ ହ୍ୟା କରାଯାଇଥିବା ଦାବି କରାଯାଇଥିଲା । କେତେକ ମୋବାଇଲର ଫରେନ୍ସିକ ଯାଞ୍ଚ ହୋଇଥିବା ନେଇ ‘ଦ ପେଗାସସ ପ୍ରୋଜେକ୍ଟ’ ନାମରେ ଏହି ଖବର ପ୍ରକାଶିତ ହୋଇଥିଲା । ଯେଉଁଥିରେ କେବଳ ଭାରତ ନୁହେଁ ଦୁନିଆର ଅନେକ ଦେଶରେ ହଜାର ହଜାର ଲୋକଙ୍କ ଫୋନ୍ ହ୍ୟାକ୍ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.

ବ୍ରେକିଂ