ପିପିସି ସଭାପତି ପରିବର୍ତ୍ତନ ଏବେ ହେବନି: ଚେଲା କୁମାର

ଭୁବନେଶ୍ୱର: ଏବେ ହେବନି ପିପିସି ସଭାପତି ପରିବର୍ତ୍ତନ।  ପିସିସି ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡକ୍ଟର ଚେଲା କୁମାର ଏହି ପ୍ରତିକ୍ରିୟା ଦେଇଛନ୍ତି।  ଏବେ ପିସିସି ସଭାପତି ପରିବର୍ତ୍ତନ ହେବ ନାହିଁ। ସଂଗଠନ ଠିକ ଚାଲିଛି, ଦଳୀୟ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ତେଣୁ ଏବେ ପିସିସି ସଭାପତି ନିର୍ବାଚନ ହେବ ନାହିଁ ବୋଲି ଚେଲା କୁମାର ପ୍ରକାଶ କରିଛନ୍ତି।

ପିପିଲି ଉପନିର୍ବାଚନ ସହ ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ କିଭଳି ସଫଳତା ମିଳିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଆସନ୍ତା ମାସରୁ ପ୍ରତି ଜିଲା ଗସ୍ତ କରିବି। ଲୋକଙ୍କ ସହ ମିଶିବି। ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ନିକଟରେ ପହଞ୍ଚାଇବି। କଂଗ୍ରେସର ଅନେକ ଯୋଜନା ବିଜେଡ଼ି କିଭଳି ହାଇଜାକ କରିଛି ତାହା ଜଣାଇବି ବୋଲି ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡକ୍ଟର ଚେଲା କୁମାର ପ୍ରକାଶ କରିଛନ୍ତି।

ଆଜି ନୂତନ ପିସିସି କମିଟିର ପ୍ରଥମ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡକ୍ଟର ଚେଲା କୁମାର, ଏଆଇସିସି ସମ୍ପାଦକ ରୁଦ୍ରରାଜୁ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.

ବ୍ରେକିଂ