ହାଇକୋର୍ଟରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା

କେନ୍ଦ୍ରାପଡା: ହାଇକୋର୍ଟରେ କେନ୍ଦ୍ରାପଡା ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା। ଶ୍ରୀ ବଳଦେବଜୀଉଙ୍କ ୫ ଜଣ ସେବାୟତଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କୋଭିଡ୍‌ କଟକଣା ଭିତରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରିଛନ୍ତି ସେବାୟତ।

ସୂଚନାନୁସାରେ, ଚଳିତ ବର୍ଷ ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା। କୋଭିଡ୍‌ ମହାମାରୀକୁ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକ। ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କୋଭିଡ୍‌ କଟକଣାରେ ଗଡାଇବାକୁ ଅନୁମତି ଦେବା ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ