ତୈଳ ବଜାର ଦରରେ ନିଆଁ, ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ ଟଙ୍କା ୩୮ ପଇସା

ଭୁବନେଶ୍ୱର: ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର। ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୩୮ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୨ ଟଙ୍କା ୬୮ ପଇସାରେ ପହଁଚିଛି।

ଅନ୍ତର୍ଜାତୀୟ ବଜାରରେ କଞ୍ଚାତେଲର ଦାମ ବୃଦ୍ଧି ଫଳରେ ଏହା ପ୍ରଭାବ ଗ୍ରାହକଙ୍କ ଉପରେ ପଡିଛି । କରୋନା ସମୟରେ ଅନ୍ତର୍ଜାତୀୟ ବଜାର ସାଙ୍ଗକୁ ଦେଶରେ ତୈଳ ବିକ୍ରି କମିଥିଲା। ଏହାର ଭରଣା ପାଇଁ ସରକାର ମଧ୍ୟ ଟିକସ ବଢାଇଥିଲେ । ଅନ୍ତର୍ଜାତୀୟ ବଜାରରେ ତୈଳ କମ୍ପାନୀମାନେ ମଧ୍ୟ ଦର ବୃଦ୍ଧି କରିଛନ୍ତି। ଫଳରେ ତୈଳଦର ଏବେ ବୃଦ୍ଧି ଘଟୁଥିବା କୁହାଯାଉଛି ।

ରାଜ୍ୟରେ ମାଲକାନଗିରିରେ ସବୁ ରେକର୍ଡ ଭାଙ୍ଗିଛି ତେଲଦର । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୪୨ ପଇସା ଓ ଡିଜେଲ ଲିଟର ପିଛା ୮୭ ଟଙ୍କା ୫୬ ପଇସାରେ ପହଞ୍ଚିଛି ।

ଦିଲ୍ଲୀରେ ଗତ ଶନିବାର ଲିଟର ପିଛା ପେଟ୍ରୋଲ ଦର ୨୫ ପଇସା ବୃଦ୍ଧି ପାଇ ୮୫ ଟଙ୍କା ୭୦ ପଇସାରେ ପହଞ୍ଚିଛି । ଏଠାରେ ଡିଜେଲ ରହିଛି ୭୫ ଟଙ୍କା ୮୮ ପଇସା । ସେହିଭଳି ମୁମ୍ବାଇରେ ମଧ୍ୟ ଏହି ଦର ୯୨ ଟଙ୍କା ୨୮ ପଇସା ହୋଇଛି । ଚଳିତ ସପ୍ତାରେ ତୈଳଦର ଚତୁର୍ଥଥର ପାଇଁ ବଢ଼ିଛି ।

Leave A Reply

Your email address will not be published.

ବ୍ରେକିଂ