କ୍ରମାଗତ ତୃତୀୟ ଦିନ ପାଇଁ ବଢିଲା ତୈଳ ଦର

ନୂଆଦିଲ୍ଲୀ : ଆଜି କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ମୂଲ୍ୟ ୨୫ ପଇସା ଏବଂ ଡିଜେଲ ମୂଲ୍ୟ ୩୧ ପଇସା ବୃଦ୍ଧି ପାଇଛି। ବିଦେଶ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ହେତୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ବିଦେଶ ବଜାରରେ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୬୧ ଡଲାରରେ ପହଞ୍ଚିଛି ।

ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୭.୮୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୭୮.୦୩ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୮୭.୬୦ ଟଙ୍କା ଏବଂ ଡିଜେଲର ଲିଟର ପିଛା ୭୭.୭୩ ଟଙ୍କା ଥିଲା। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୪.୩୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୪.୯୪ ଟଙ୍କା ରହିଛି।

କୋଲକାତାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୯.୧୬ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୮୧.୬୧ ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୦.୧୮ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୮୩.୧୮ ଟଙ୍କା ରହିଛି।

Leave A Reply

Your email address will not be published.

ବ୍ରେକିଂ