କ୍ରମାଗତ ଦ୍ୱିତୀୟ ଦିନ ପାଇଁ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ: ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ତୈଳ କମ୍ପାନୀ ଆଜି ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରିଛନ୍ତି। ଗତକାଲି  ପେଟ୍ରୋଲ ୧୫ ପଇସା ଏବଂ ଡିଜେଲ ଲିଟର ପିଛା ୧୬ ପଇସା ବୃଦ୍ଧି ପାଇଥିଲା।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୫ ରୁ ୯୦.୭୪ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଡିଜେଲ ଲିଟର ପିଛା ୮୦.୯୧ ରୁ ୮୧.୧୨ ଟଙ୍କାକୁ ବୃଦ୍ଧି ପାଇଛି। ଏବେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭.୧୨ ଟଙ୍କା, ଡିଜେଲ ଲିଟର ପିଛା ୮୫.୧୯ ଟଙ୍କା ହୋଇଛି। ଚେନ୍ନାଇରେ ପେଟ୍ରୋଲ ୯୨.୭୦ ଟଙ୍କା ଏବଂ ଡିଜେଲ ୮୬.୦୯ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ ୯୦.୯୨ ଟଙ୍କା ଏବଂ ଡିଜେଲ ୮୩.୯୮ ଟଙ୍କାକୁ ବୃଦ୍ଧି ପାଇଛି।

ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ 26 ଫେବୃଆରୀରେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଥିଲେ। ଏହା ପରେ, ୨୭ ଫେବୃଆରୀ ୨୦୨୧ ରେ ଶେଷ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥିଲା। ଦୁଇ ମାସର ବିରତି ପରେ ଗତକାଲି ପୁଣିଥରେ ତୈଳ ଦର  ବୃଦ୍ଧି କରାଯାଇଥିଲା । ତେବେ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମୂଲ୍ୟ ବୃଦ୍ଧି ପାଇଛି ।

Leave A Reply

Your email address will not be published.

ବ୍ରେକିଂ