ପେଟ୍ରୋଲ ଏବଂ ଡିଜେଲ ଦର ଆଜି ପୁଣିଥରେ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆଜି ପୁଣି ଥରେ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୯ ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୮୫ ଟଙ୍କା ଏବଂ  ଡିଜେଲର ମୂଲ୍ୟ ୮୬.୭୫ ଟଙ୍କାକୁ ବୃଦ୍ଧି ପାଇଛି।

ପେଟ୍ରୋଲ ଦର ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଐତିହାସିକ ସ୍ତରରେ ପହଞ୍ଚିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଲଦାଖ ସମେତ ୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଏଥି ସହିତ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୧.୦୪ ଟଙ୍କା ଏବଂ ଡିଜେଲର ଲିଟର ପିଛା ୯୪.୧୫ଟଙ୍କା ରହିଛି।

ଚଳିତ ବର୍ଷ ମେ ମାସ ୪ ତାରିଖ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ୨୩  ଥର ପାଇଁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ପେଟ୍ରୋଲର ମୂଲ୍ୟ ୫.୨୫ ଟଙ୍କା ଏବଂ ଡିଜେଲର ଲିଟର ପିଛା ୫.୮୩ ଟଙ୍କା ବୃଦ୍ଧି ପାଇଛି।

Leave A Reply

Your email address will not be published.

ବ୍ରେକିଂ