ପେଟ୍ରୋଲ ପମ୍ପରେ ବୋମାମାଡ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ନୟାଗଡ: ପେଟ୍ରୋଲ ପମ୍ପରେ ବୋମାମାଡ ।  ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ସିଙ୍ଗାପଡା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି ।  ତେଲ ପକାଇବାକୁ ନେଇ ବଚସାରୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି ।

ତେବେ, ପେଟ୍ରୋଲ ପମ୍ପରେ ବୋମା ଫିଙ୍ଗି ଘଟଣାସ୍ଥଳରେ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଏହି ବୋମାମାଡରେ ପେଟ୍ରୋଲ ପମ୍ପର ମାପଓଜନ ମେସିନ ଜଳିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥରେ ଖଣ୍ଡପଡା ପୋଲିସ  ପହଞ୍ଚି ସିସିଟିଭି ଯାଞ୍ଚ କିରି ଦୁର୍ବୃତ୍ତକୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି  ।

Leave A Reply

Your email address will not be published.

ବ୍ରେକିଂ