ନୂଆଦିଲ୍ଲୀ : ସରକାରୀ ତୈଳ କମ୍ପାନୀଗୁଡିକ ଦଶମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି । ଦୈନିକ ତୈଳ ଦର ବୃଦ୍ଧି ନୂଆ ରେକର୍ଡ ଭାଙ୍ଗୁଛି । ଆଜି ଡିଜେଲର ମୂଲ୍ୟ ୩୨ ରୁ ୩୪ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୨ ରୁ ୩୪ ପଇସା ବୃଦ୍ଧି ପାଇଛି।
ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ଦୁଇଟି ସହରରେ ପେଟ୍ରୋଲ ଦର ସର୍ବୋଚ୍ଚ ସ୍ତରରେ ଅଛି । ଏହା ସହ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୯.୮୮ ଟଙ୍କା ଥିବାବେଳେ ମୁମ୍ବାଇରେ ଲିଟର ପିଛା ୯୬.୩୨ ଟଙ୍କା ପହଞ୍ଚିଛି ।
ତେବେ ଦେଶରେ ପେଟ୍ରୋଲର ମୂଲ୍ୟ ବୃଦ୍ଧି ପଡୋଶୀ ଦେଶ ପାକିସ୍ତାନଠାରୁ ବହୁ ଆଗରେ ରହିଛି। ଭାରତର ଅଧା ମୂଲ୍ୟରେ ପାକିସ୍ତାନରେ ପେଟ୍ରୋଲ ଉପଲବ୍ଧ ହେଉଛି । ସେଠାରେ ଗ୍ରାହକଙ୍କୁ ଲିଟର ପିଛା ପେଟ୍ରୋଲ ମାତ୍ର ୫୧.୧୪ ଟଙ୍କାରେ ମିଳୁଛି । ଏଥି ସହିତ ଚୀନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୪.୭୪ ଟଙ୍କା ରହିଛି। ସେହିପରି ଭୁଟାନରେ ପେଟ୍ରୋଲ ଲିଟର ପିଛା ୪୯.୫୬ ଟଙ୍କା, ଶ୍ରୀଲଙ୍କାରେ ଲିଟର ପିଛା ୬୦.୨୬ ଟଙ୍କା, ନେପାଳରେ ଲିଟର ପିଛା ୬୮.୯୮ ଟଙ୍କା, ବାଂଲାଦେଶରେ ୭୬.୪୧ ଟଙ୍କା ମୂଲ୍ୟରେ ପେଟ୍ରୋଲ ଉପଲବ୍ଧ ହେଉଛି।