ପୁଣି ବଢିଲା ତୈଳ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି

ନୂଆଦିଲ୍ଲୀ : ଗୁରୁବାର ଦିନ ପେଟ୍ରୋଲ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ପାଞ୍ଚ ଦିନ ପାଇଁ ମୂଲ୍ୟ ସ୍ଥିର ରହିବା ପରେ ସରକାରୀ ତୈଳ କମ୍ପାନୀଗୁଡିକ ନୂଆ ବର୍ଷ ପରେ ଆଜି କ୍ରମାଗତ ତୃତୀୟ ଥର ବୃଦ୍ଧି କରିଛନ୍ତି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା 85 ଟଙ୍କା 11 ପଇସା ରହିଛି । ସେହିପରି ଡ଼ିଜେଲ ଦର 81 ଟଙ୍କା 31 ପଇସା ରହିଛି ।

ସେହିପରି ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଏବଂ ଡିଜେଲ ଦର 25 ପଇସା ମହଙ୍ଗା ହୋଇଛି | ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 4.45 ରୁ 84.70 ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା 74.63 ରୁ 74.88 ଟଙ୍କାକୁ ବୃଦ୍ଧି ପାଇଛି।

ମୁମ୍ବାଇ ବିଷୟରେ କହିବାକୁ ଗଲେ ସେଠାରେ ପେଟ୍ରୋଲ 25 ପଇସା ବୃଦ୍ଧି ପାଇ ଲିଟର ପିଛା 91.32 ଟଙ୍କା ଏବଂ ଡିଜେଲ 26 ପଇସା ବୃଦ୍ଧି ପାଇ 81.60 ଟଙ୍କା ହୋଇଛି। ଚେନ୍ନାଇରେ ପେଟ୍ରୋଲ 44 ପଇସା ବୃଦ୍ଧି ପାଇ ଲିଟର ପିଛା 87.40 ଟଙ୍କା ଏବଂ ଡିଜେଲ 24 ପଇସା ବୃଦ୍ଧି ପାଇ 80.19 ଟଙ୍କା ହୋଇଛି। ଏହାପୂର୍ବରୁ 6 ଏବଂ 7 ଜାନୁଆରୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଥିଲା।

ଆନ୍ତର୍ଜାାତିକ ବଜାରରେ ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଉଥିବାରୁ ଦେଶ ଭିତରେ ପେଟ୍ରୋଲ ଓ ଡ଼ିଜେଲ୍ ଦାମ୍ ବୃଦ୍ଧି ପାଇଛି ।

Leave A Reply

Your email address will not be published.

ବ୍ରେକିଂ