ନୂଆଦିଲ୍ଲୀ: ୪୮ ଦିନର ବିରତି ପରେ ଆଜି କ୍ରମାଗତ ଚତୁର୍ଥ ଦିନ ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ପେଟ୍ରୋଲ ଦର ଲିଟର ପିଛା ହାରାହାରି ୭ ପଇସା ଏବଂ ଡିଜେଲ ଲିଟର ପିଛା ୧୭ ରୁ ୧୯ ପଇସା ବୃଦ୍ଧି ପାଇଛି ।
ନଭେମ୍ବର ୨୩ ରେ ଦିଲ୍ଲୀରେ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ-ଡିଜେଲ ଦର ମହଙ୍ଗା ହୋଇଛି। ରାଜଧାନୀରେ ଆଜି ପେଟ୍ରୋଲ ଲିଟର ପିଛା ୮୧.୪୬ ରୁ ୮୧.୫୩ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍ ପେଟ୍ରୋଲର ମୂଲ୍ୟ ୭ ପଇସା ବୃଦ୍ଧି ପାଇଛି। ଏଥି ସହିତ ଡିଜେଲର ମୂଲ୍ୟ ଲିଟର ପିଛା ୭୧.୦୭ ରୁ ୭୧.୨୫ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ଡିଜେଲର ମୂଲ୍ୟ ୧୮ ପଇସା ବୃଦ୍ଧି କରାଯାଇଛି ।
ସେହିପରି ମୁମ୍ବାଇରେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ଗତକାଲି ତୁଳନାରେ ମୁମ୍ବାଇରେ ପେଟ୍ରୋଲ ଦର ୭ ପଇସା ବୃଦ୍ଧି ପାଇ ୮୮.୨୩ ଟଙ୍କା ଏବଂ ଡିଜେଲ ୧୯ ପଇସା ବୃଦ୍ଧି ପାଇ ୭୭.୭୩ ଟଙ୍କା ହୋଇଛି।
କୋଲକାତାରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି। ଗତକାଲିର ମୂଲ୍ୟଠାରୁ ପେଟ୍ରୋଲ ୭ ପଇସା ବୃଦ୍ଧି ପାଇ ୮୩.୨୩ ଟଙ୍କା ଏବଂ ଡିଜେଲ ମୂଲ୍ୟ ୧୯ ପଇସା ବୃଦ୍ଧି ପାଇ ୭୪.୮୨ ଟଙ୍କା ହୋଇଛି ।