ଦେଶରେ କ୍ରମାଗତ ଷଷ୍ଠ ଦିନ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ: ଆଜି କ୍ରମାଗତ ଷଷ୍ଠ ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ଆଜି ଡିଜେଲର ମୂଲ୍ୟ ୩୩ ରୁ ୩୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୬ ରୁ ୩୦ପଇସା ବୃଦ୍ଧି ପାଇଛି। ପ୍ରଥମ ଥର ପାଇଁ ମୁମ୍ବାଇରେ ଡିଜେଲର ମୂଲ୍ୟ ୧୦୦ ଅତିକ୍ରମ କରିଛି।

ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୪.୧୪ ଟଙ୍କା ଥିବାବେଳେ ଡିଜେଲ ଦର ଲିଟର ପିଛା ୯୨.୮୨ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୧୦.୧୨ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦୦.୬୬ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୪.୮୦ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା  ୯୫.୯୩ ଟଙ୍କା ରହିଛି। ଏଥି ସହିତ ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୧.୫୩ ଟଙ୍କା ଏବଂ ଡିଜେଲ ଲିଟର ୯୭.୨୬ ଟଙ୍କା ରହିଛି।

Leave A Reply

Your email address will not be published.

ବ୍ରେକିଂ