କ୍ରମାଗତ ଦ୍ୱିତୀୟ ଦିନ ପାଇଁ ତୈଳଦର ହ୍ରାସ

ନୂଆଦିଲ୍ଲୀ : ଆଜି ଦ୍ୱିତୀୟ ଦିନ ପାଇଁ ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ କରିଛନ୍ତି । ଆଜି ଡିଜେଲ ଲିଟର ପିଛା ୨୦ ଏବଂ ପେଟ୍ରୋଲ ୨୧  ପଇସା ଶସ୍ତା ହୋଇଛି । ଏହା ଦେଶର ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।

ତେବେ ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୦.୭୮ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୮୧.୧୦ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୯୭.୧୯ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୨୦ ଟଙ୍କାରେ ପହଞ୍ଚିଛି।

ସେହପରି ଚେନ୍ନଇରେ ପେଟ୍ରୋଲ ଦର ୯୨.୭୭ ଓ ଡିଜେଲ ଦର ୮୬.୧୦ଟଙ୍କା, କୋଲକାତାରେ ୯୦.୦୮ ଏବଂ ଡିଜେଲ ଦର ୮୩.୯୮ ଟଙ୍କା ରହିଛି। ଦୁଇଦିନ ଭତରେ ପେଟ୍ରୋଲ ଦାମ ୩୯ ଏବଂ ଡିଜେଲ ଦାମ ଲିଟର ପିଛା ୩୭ ପଇସା ଶସ୍ତା ହୋଇଛି।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ