୪ ଦିନ ପରେ ତୈଳଦର ହ୍ରାସ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପକ୍ଷରୁ ଆଜି ଚାରି ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣିଥରେ  ହ୍ରାସ କରାଯାଇଛି। ଆଜି ପେଟ୍ରୋଲ ଲିଟର ପିଛା ୨୨ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୨୩ ପଇସା ଶସ୍ତା ହୋଇଛି। ଏହି ଦର ହ୍ରାସ ପରେ ମଙ୍ଗଳବାର ପେଟ୍ରୋଲ ଦାମ ୯୦.୫୬ ଟଙ୍କା ହୋଇଥିବାବେଳେ ଡିଜେଲ ଦାମ ୮୦.୮୭ ଟଙ୍କା ରହିଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ୍‌ ଲିଟର ପିଛା୯୬.୯୮ ଟଙ୍କା ଥିବାବେଳେ ଡିଜେଲ ଦାମ ୮୭. ୯୬ ଟଙ୍କା ରହିଛି। ସୂଚନାଥାଉ କି, ମାର୍ଚ୍ଚ ୨୪ ଏବଂ ୨୫ ତାରିଖ ତୈଳ ଦର ହ୍ରାସ ପାଇଥିଲା। ଏହି ଦୁଇ ଦିନରେ ପେଟ୍ରୋଲ ଦର ଲିଟର ପିଛା ୩୯ ପଇସା ଏବଂ ଡିଜେଲ ଦର ୩୭ ପଇସା ରହିଛି।

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।  ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Leave A Reply

Your email address will not be published.

ବ୍ରେକିଂ